ଦେବୀ
ଦେବୀ
ଦେବୀ ତୁମେ ଜଗତର
ସାହା ଭରଷା
କରୁଣା ଅପାର ତୁମ
ମାଆ ମମତା
ସନ୍ତାନ ତୁମରି ସଭେଁ
ଏ ଧରା ଧାମେ
ତୋହରି ଆଶିଷ ଲୋଡ଼ା
ସବୁ କରମେ
ଜନମ ମରଣ କଥା
ତୁମରି ଖେଳ
'ତୁ ' ସୃଷ୍ଟିକାରିଣୀ ମାତ
ପାଳୁ ସଂସାର
ଦୁଃଖ ଅବା ସୁଖ ଦିଅ
ଜୀବନ ପଥେ
ସବୁ ତୁମ ଇସାରାରେ
ହୁଏଗୋ ମାତେ
ସଂସାରର ଲୀଳା ଖେଳା
ତୋ'ହାତେ ବନ୍ଧା
ତହୋରି କୃପାକୁ ମିଳେ
ଭକ୍ତିରେ ସଦା
ଦେବୀ ତୁମେ ଜଗତର
ହରତା କର୍ତା
ଜଗତଜନନୀ ତୁମେ
ଜଗତ ମାତା
ତୁମ ପାଶେ ଏ ଅଧମ
କରେ ପ୍ରାର୍ଥନା
ଵିପଦୁ ରଖିବ ଦେବୀ
ତୁମ ରଚନା
ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ
