STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ଦେବୀ

ଦେବୀ

1 min
317

ଦେବୀ ତୁମେ ଜଗତର

ସାହା ଭରଷା

କରୁଣା ଅପାର ତୁମ

ମାଆ ମମତା

ସନ୍ତାନ ତୁମରି ସଭେଁ

ଏ ଧରା ଧାମେ

ତୋହରି ଆଶିଷ ଲୋଡ଼ା

ସବୁ କରମେ

ଜନମ ମରଣ କଥା

ତୁମରି ଖେଳ

'ତୁ ' ସୃଷ୍ଟିକାରିଣୀ ମାତ

ପାଳୁ ସଂସାର

ଦୁଃଖ ଅବା ସୁଖ ଦିଅ

ଜୀବନ ପଥେ

ସବୁ ତୁମ ଇସାରାରେ

ହୁଏଗୋ ମାତେ

ସଂସାରର ଲୀଳା ଖେଳା

ତୋ'ହାତେ ବନ୍ଧା

ତହୋରି କୃପାକୁ ମିଳେ

ଭକ୍ତିରେ ସଦା

ଦେବୀ ତୁମେ ଜଗତର

ହରତା କର୍ତା

ଜଗତଜନନୀ ତୁମେ

ଜଗତ ମାତା

ତୁମ ପାଶେ ଏ ଅଧମ

କରେ ପ୍ରାର୍ଥନା

ଵିପଦୁ ରଖିବ ଦେବୀ

ତୁମ ରଚନା

ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract