STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଦେବୀ ସୀତା

ଦେବୀ ସୀତା

1 min
283

ସବୁ ନାରୀ ଦେବୀ ସୀତାଙ୍କୁ 

ଆଦର୍ଶ ରୂପେ ଗ୍ରହଣ କଲେ

ପ୍ରତି ଘର ସୁନାର ସଂସାର ପାଲଟିଯାଆନ୍ତl

ପତିର ସଙ୍କଟ ପଡିଲେ

ସେ ବି ସୀତାଙ୍କ ପରି 

ନିଜେ ନିଜେ ପତିଙ୍କ ପଦାଙ୍କ ଅନୁସରଣ କରନ୍ତା

ତେବେ ଆଉ କଳି ଝଗଡା ର ପ୍ରଶ୍ନ ରୁହଁନ୍ତ l

ଦିଆରକୁ ନିଜ ପୁଅ ପରି ଦେଖନ୍ତା

ସ୍ୱାମୀଙ୍କୁ ପ୍ରଭୁ ପରି

ସତୀ ସୀତାଙ୍କ ତ୍ୟାଗ ଓ ନିଷ୍ଠା

ଆମ ମନରେ ଯାଇଛି ଅଲିଭା ସ୍ୱାକ୍ଷର ହେଇ

ରlବଣର ଏତେ ପ୍ରଲୋଭନ ସତ୍ତ୍ୱେ

ସେ ରାମଙ୍କ ପାଦପଦମ ରେ ନିଜ 

ନିଷ୍ଠା ରଖିଛନ୍ତି

ସେଇ ବିଶ୍ୱାସରେ ରାମଙ୍କ ଜୟ ହେଇଛି।

ରାମ ମଧ୍ୟ ଏକପତ୍ନୀବ୍ରତ ସାରା ଜୀବନ 

କରିଛନ୍ତି ଧାରଣ।

ନାରୀ ଆତ୍ମସମ୍ମାନ ପାଇଁ

ପୃଥିବୀ କୋଳରେ ଶେଷ ଆଶ୍ରୟ ନେଇଛନ୍ତି

ଏମିତି ନାରୀ ଜଗତେ କାହିଁ।

ସୀତା ମାତାଙ୍କ ଜୟ ହେଉ 

ରାମଚନ୍ଦ୍ର ଜୟ ହେଉ 

ଜୟ ସିୟା ରାମକୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational