ଦେବଦାସୀ
ଦେବଦାସୀ
ଚମ୍ପାଫୁଲ ତୋଳି ହାତେ ଧରିଥିଲି
ତୁମ ଅରଚନା ପାଇଁ
ପଛରେ ଭାବିଲି ଆନ କେଉଁ ଫୁଲେ
ତୁମର ଶରଧା ନାଇଁ l
ଲୋଡା ତ ତୁମର ରଞ୍ଜନ ପାଇଁ
ମୋ ଓଠ କରବୀ ରଙ୍ଗ
ଲୋଡା ତ ତୁମର ଆରାଧନା ପାଇଁ
ମୋ ହୃଦ କମଳ ରାଗ l
ସେଥିପାଇଁ ବନ୍ଧୁ ଦେବଦାସୀ ମୁଁ ଗୋ
ମନ୍ଦିରେ ମୁଦ୍ରା ରଚଇ
ଚମ୍ପାଫୁଲ ତୋଳି ହାତେ ଧରିଥିଲି
ତୁମ ଅରଚନା ପାଇଁ l
ତମକୁ ବରିଛି ଶୟନେ ସପନେ
ତମେ ମୋର ମନ ନୀଳାଚଳ ଦେବତା
ତମରି ପାଇଁକି ସଜାଇ ରଖିଛି
ପ୍ରେମ ଅନୁରାଗ ମୁକୁତା l
ଅଂଜଳି ଭରା କାମ କଳା ଫୁଲ
ତୁମ ଚରଣରେ ବନ୍ଧୁ ବାଢଇ
ଚମ୍ପାଫୁଲ ତୋଳି ହାତେ ଧରିଥିଲି
ତୁମ ଅରଚନା ପାଇଁ l

