STORYMIRROR

Henarani Senapati

Classics Inspirational Others

4.0  

Henarani Senapati

Classics Inspirational Others

ଦେବ ପୂଜା

ଦେବ ପୂଜା

1 min
428


 କିପରି କହିବି 

      ମନ ର କଥା ମୁଁ 

  ବୁଝି କି ପାରୁନ ତୁମେ ।

ଦେବ ପୂଜା ମୋର 

       ସର୍ବ ପ୍ରଥମେ ଗୋ

    ଦେବ ପୂଜା ରେ ମୁଁ ଭ୍ରମେ ।


ଯେବେ ମୋ ଜୀବନେ 

        ତୁମେ ଆସିଲ ହେ

    ସବୁ ମୁହିଁ ଭୁଲି ଗଲି ।

ଜୀବନେ ଆନନ୍ଦ 

        ଭରି ଦିଅ ତୁମେ 

     ଦୂରୁ ସ୍ନେହ ଦିଅ ଢାଳି ।


ପର ବୋଲି କେବେ 

       କୁଣ୍ଠିତ କରିନ

    ମନ ଜାଣି କଥା ଦେଲ ।

ଅଗ୍ରାଧିକାର ମୋ

      ଜୀବନରେ ତୁମେ 

    କେବେ ଆସି ପାଇଗଲ ।


ଏତେ ଦିନେ ତୁମେ 

     ନିଜର ହେଲ ହେ

   ମହା ଆନନ୍ଦ ତ ଦେଲ ।

କଥାରେ ତୁମର 

     କୁହୁକ ଅଛି କି

   ଭାବିବାକୁ ମତେ ଦେଲ।


ମନକୁ ମୋହର 

       କିଣି ନେଇ ତୁମେ 

   ଅତି ଆପଣାର ହେଲ।

ସବୁ ପଛ କରି

      ତୁମେ ଅଗ୍ରେ ସ୍ଥାନ 

   ମନରେ ତ ମୋର ଦେଲ ।


ଏତିକି ମାଗୁଣି 

     ତୁମଙ୍କୁ ଆଜି ହେ

    ମୋର କଥା ଟିକେ ଶୁଣ ।

ଦେବ ପୂଜା ମୋର

        ଆନନ୍ଦ ସାଗର 

    ମନା କରିବନି ପୁଣ ।


ଦେବତା ପୂଜି ବି

      ତୁମେ ନ ଭୁଲିବି 

   ଏତିକି ମାଗୁଣି ମୋର ।

ମନ କେବେ ତୁମେ 

    ଉଣା କରିବନି 

   କୋଟି କୋଟି ନମସ୍କାର ।



Rate this content
Log in

Similar oriya poem from Classics