STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ଦେବ ଭୂମି

ଦେବ ଭୂମି

1 min
132

ବାରମାସେ ତେର ପରବ ପାଳିତ

ହେଉଥାଏ ଆମ ଭାରତ ଦେଶେ,

ପୂଜା ପାରବଣ ଲାଗି ରହିଥାଏ

ମେଳାରେ ଗାଆଁ ଓ ସହର ହସେ


ବୈଶାଖ ପହିଲା ନବ ବରଷରୁ

ଆରମ୍ଭ ହୁଅଇ ପରବ ମାନ,

ଚଇତ୍ର ମାସରେ ଶେଷର ପରବ

ଶ୍ରୀରାମ ନବମୀ ଅଟଇ ଜାଣ


ହସ ଖୁସି ନେଇ ସଭିଏଁ ଚଳନ୍ତି

ମିଶି ସଭିଏଁ ହୋଇ ଭାଇ ଭାଇ,

ସୁଖରେ ଦୁଃଖରେ ପାଖେ ଠିଆ ହୋନ୍ତି

ଆତ୍ମୀୟତା ଭାବ ମନରେ ନେଇ


ଅନ୍ୟ ଦେଶ ଠାରୁ ସପୂର୍ଣ୍ଣ ଅଲଗା

ଆମ ଦେଶ ଚଳଣୀ ପରମ୍ପରା,

ଦେବ ଭୂମି ବୋଲି ଆମ ଦେଶ ଆଜି

ପୂଜିତ ହେଉଅଛି ବିଶ୍ବ ସାରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract