Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Abstract Inspirational

4  

Umashankar Satpathy

Abstract Inspirational

ଦେ ରଙ୍ଗ ପ୍ରେମର

ଦେ ରଙ୍ଗ ପ୍ରେମର

1 min
277



ରଙ୍ଗ ଯଦି ଦେବୁ ମୋତେ 

ଦେ ରଙ୍ଗ ପ୍ରେମର

ଦୁନିଆ ତ ଦେଖେ ଦେହ, ରଙ୍ଗେଇ ଦେ ଅନ୍ତର

ସ୍ନେହ ରଙ୍ଗେ ଭିଜା ମୋତେ ଏମିତି....

ବିନ୍ଦୁଠୁଁ ସିନ୍ଧୁ ହୋଇ ଭେଦିଯିବି ଅମ୍ବର


ଜ୍ଞାନେ ଭରି ପିଚକାରୀ ଦେ ମୋତେ ଗାଧୋଇ

ଆଠଶକ୍ତି, ସାତଗୁଣେ ଦେ ଆଜି ସଜେଇ

ମଥାରେ ତିଳକ ଶୋହେ ପବିତ୍ର ଏ ବ୍ରତର

ରଙ୍ଗ ଯଦି ଦେବୁ ମୋତେ ଦେ ରଙ୍ଗ ପ୍ରେମର


ରଙ୍ଗ ଏଠି ବଣ୍ଟା ଶ୍ୱେତ, ସବୁଜ ଓ କେଶରୀ

ସୂରୁଜ ଚାନ୍ଦ ବଣ୍ଟା, ପରିଚୟ ପାଶୋରି

ସ୍ମୃତି ରଙ୍ଗେ ଦୂର ହେଉ ଦୂରତା ଏ ମନର

ରଙ୍ଗ ଯଦି ଦେବୁ ମୋତେ ଦେ ରଙ୍ଗ ପ୍ରେମର


ସୁଖ, ଶାନ୍ତି, ସ୍ନେହ, ପ୍ରେମ, ଆନନ୍ଦ ଓ ଶରଧା

ଖୋଜେ ଆଜି ପ୍ରତି ପ୍ରାଣ, ପ୍ରକୃତି ଓ ବସୁଧା

ଭୁଲି ମାନ ଅଭିମାନ, ସଭିଁଏ ମୋ ନିଜର

ରଙ୍ଗ ଯଦି ଦେବୁ ମୋତେ ଦେ ରଙ୍ଗ ପ୍ରେମର 



Rate this content
Log in

Similar oriya poem from Abstract