Bijay Prusty

Tragedy

3  

Bijay Prusty

Tragedy

ଦଦରା ନାଆରେ ଜୀବନ

ଦଦରା ନାଆରେ ଜୀବନ

1 min
236



ଜୀବନ ନଈରେ 

ବେଳେ ବେଳେ ଝଡଉଠେ

କାରଣ କିଏ କହି ପାରିବ,

ପ୍ରତ୍ୟେକ ମୂହୂର୍ତ୍ତରେ

ଭାଙ୍ଗି ଯାଉଥାଏ ଗୋଟିଏ ହୃଦୟ

ଟଳମଳ ହେଉଥାଏ ନାଆ

ଥଳକୂଳ ପାଏନି ନାଉରିଆ

ଚତୁର୍ଦ୍ଦିଗରେ ଘେରିଥାଏ

ଅନ୍ଧାରର ମାୟା I

କହିଲ ଦେଖି

ଏମିତି ଏକ ଅଦିନିଆ ଝଡକୁ

କିଏ ବା ସାମ୍ନା କରିନି

ଘନଘୋର ଅନ୍ଧାର ରାତିରେ

କିଏ ଅବା ଉଛୁଳା ନଈରେ

ନାଆ ବାହିନାହିଁ 

ନିଜ ଅଜାଣତରେ

ଜୀଇଁ ଥାଉ ଥାଉ କିଏ ଥରେ

ମରଣକୁ ପାଖରୁ ଦେଖିନି I

ମୁଁ ଶୁଣିଛି

ଆଖିରୁ ସ୍ୱପ୍ନ ସବୁ ହଜିଗଲେ

ଅନ୍ଧାର ବେଶି ବେଶି ଡରାଏ ବୋଲି

ଉଛୁଳା ନଈର ବେଗ ଉପରେ

କାହାର ବା ହାତ ଅଛି

ମୋତେ ଜଣାନାହିଁ

ଜୀବନ ଓ ମରଣର ସନ୍ଧିକ୍ଷଣରେ

ମନରେ କି ଭାବ ଆସେ I

ତଥାପି ବେଳେବେଳେ

ହୃଦୟଟିଏ ଭାଙ୍ଗିଯାଏ

ଜୀବନକୁ ଜୀଉଁ ଜୀଉଁ

ଆଖିତଳେ 

ମରଣର ଛାଇ ଖେଳୁଥାଏ I

       


Rate this content
Log in

Similar oriya poem from Tragedy