ଡ଼ଙ୍ଗା
ଡ଼ଙ୍ଗା
ବହୁଦିନ ତଳେ ଡ଼ଙ୍ଗାର ଆଦର
ସଭିଙ୍କର ଥିଲା ଯହିଁ
ଏକୂଳର ଲୋକ ସେ କୂଳେ ଗମନ୍ତି
ଯିବା ଆସିବାର ପାଇଁ ||
ନଦୀ ପାର ହୋଇ ଅନ୍ୟ ଗ୍ରାମ ଯାଇ
ବାଣିଜ୍ୟ କରଇ ନୀତି
କିଣା ବିକ୍ରି ପାଇଁ ସୁବିଧା ହୁଅଇ
ଲକ୍ଷ ଥାଏ ତାହା ପ୍ରତି ||
ଡ଼ଙ୍ଗା ପାର ହୋଇ ମାମୁଁ ଘର ଯାଇଁ
ଆନନ୍ଦ ମନାଇ ଥାନ୍ତି
ନଦୀ ରେ ନଉକା ଭାସିଯାଏ ଏକା
ଅପୂର୍ଵ ପୁଲକ ଦ୍ୟେନ୍ତି ||
ଆଗକାଳ ଲୋକ ଅସାର ଆଲୋକ
ବାଣିଜ୍ୟ କରିବେ ବୋଲି
ସାଧବର ପୁତ୍ର ବିଦେଶରେ ସେତ
ସାଗରେ ବୋଇତ ମେଲି ||
ସ୍ବଦେଶ ର ଦ୍ରବ୍ୟ ବୋଇତେ ନେଇଣ
ବିଦେଶେ କରନ୍ତି ଯାତ୍ରା
ଦେଶର ପଦାର୍ଥ ବାହାରେ ବିକିଣ
ହୁଏ ବିଦେଶ ଫେରନ୍ତା ||
ପୂର୍ଵ ର ସୁବିଧା ମନୁଷ୍ୟ କରିତା
ଡ଼ଙ୍ଗା ବାହି ବାହି ନିଏ
ଧୀରେ ଧୀରେ ନାବ ଗମନ କରଇ
ବିଳମ୍ବରେ ପହଞ୍ଚାଏ ||
ବର୍ତ୍ତ ମାନ ଯୁଗେ କୁଟୀର ଶିଳ୍ପର
ବେଉସା କମୀଣ ଗଲା
ଯନ୍ତ୍ର ଶିଳ୍ପ ସେହି ଆଗେଇ ଆସଇ
ବୁଢାଜାହାଜ କରିଲା ||