STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଡ଼ଃ ଭୀମରାଓ ଆମ୍ବେଦକର

ଡ଼ଃ ଭୀମରାଓ ଆମ୍ବେଦକର

1 min
144

ଯୋଗଜନ୍ମା ହୋଇ ଜନମି ଥିଲ ହେ

ପୂଜ୍ୟ ଭୀମରାଓ ଆମ୍ବେଦକର

ଭାରତ ଆକାଶେ ଅଦ୍ୱିତୀୟ ଜହ୍ନ

ଇତିହାସେ ନାମ ଲେଖା ସ୍ୱର୍ଣ୍ଣାକ୍ଷର...

ସମାଜରେ ଯେବେ ଶୁଭୁଥିଲା ଦିନେ

ସ୍ପୃଶ୍ୟଅସ୍ପୃଶ୍ୟ ଆର୍ତ୍ତ ଚିତ୍କାର 

ସେହି ଯନ୍ତ୍ରଣାରେ ନିଜେ କଷ୍ଟ ଭୋଗି

ଉଠାଇଲ ନିଜ ସ୍ୱର...

ଶିକ୍ଷାଦୀକ୍ଷାରେ ହୋଇ ଅଗ୍ରସର

ବାଣ୍ଟିଲ ଜ୍ଞାନ ଆଲୋକ

ସଂଘର୍ଷ କରିଲ ସମାଜେ ସୁଧାର ଆଣିଲ

ଶୋଷଣରୁ ହେଲେ ସର୍ବେ ମୁକ୍ତ...

ଭାରତ ମାତାର ସୁଯୋଗ୍ୟ ସନ୍ତାନ

ନାରୀ ଜାତିଙ୍କୁ ସମ୍ମାନ ଦେଲ

ସ୍ୱତନ୍ତ୍ର ନିୟମ ଗଢ଼ିଦେଇ ତୁମେ

ସମ୍ବିଧାନ ପ୍ରଣୟନ କଲ....

ଆଇନ ମନ୍ତ୍ରୀ ହେ ଆଇନର ବଳେ

ସବୁ ସମ୍ପ୍ରଦାୟେ ଦେଲ ଉପହାର

ଚିର ଅମ୍ଳାନ କରିଲ ଭାରତ ବର୍ଷକୁ

କରି ସାର୍ବଭୌମ ରାଷ୍ଟ୍ର....

ଅବିସ୍ମରଣୀୟ ତୁମ ତ୍ୟାଗ ବଳିଦାନ

ଦେଲ ସତ୍ୟ ନ୍ୟାୟ ମନ୍ତ୍ର...

ସାରା ବିଶ୍ୱରେ ବିଦିତ ହୋଇଛି ଭାରତ

ଶ୍ରେଷ୍ଠ ଆମ ଗଣତନ୍ତ୍ର....

 ତୁମେ ଥିଲ ଦାର୍ଶନିକ ପୁଣି ଆଇନଜ୍ଞ 

ତୁମେ ସମାଜର ସଂସ୍କାରକ...

ଲେଖକ ଅର୍ଥଶାସ୍ତ୍ରବିତ ରାଜନୀତିରେ ବି

ଥିଲ ଅପ୍ରତିଦ୍ୱନ୍ଦ୍ୱି ନାୟକ.....

ଭାରତ ମାତାର ତୁମେ ସ୍ୱାଭିମାନୀ ପୁତ୍ର

ଆତ୍ମସମ୍ମାନକୁ କରି ଶ୍ରେଷ୍ଠତର....

ଭାରତର ରତ୍ନ ହେ ବୀର ଆମ୍ବେଦକର

କରୁଅଛୁ କୋଟି ନମସ୍କାର..... 



Rate this content
Log in

Similar oriya poem from Inspirational