STORYMIRROR

Prasanna Kumar Madala

Fantasy

4  

Prasanna Kumar Madala

Fantasy

ଡେଣା

ଡେଣା

1 min
24.2K


ସାଇକେଲରେ ମୋ'  ଲାଗିଥାନ୍ତା ଯଦି  

ଡେଣା ସହ ମେଞ୍ଚେ ପର

ଆକାଶଟା ସାରା    ଯାଇଥାନ୍ତି ଭେଦି

ନଥାନ୍ତା ଟିକିଏ ତର ।

ଆକାଶ ଉପରେ     ଭାସୁଥିବା ପରି

ବିବିଧ ରଙ୍ଗର ଗୁଡି

ମନରେ ଆନନ୍ଦ     ଯାଇଥାନ୍ତା ଭରି

ଦୂରକୁ ଦୂରକୁ ଉଡି ।

ସାଙ୍ଗସାଥୀ ନେଇ   ସରଗେ ଉଡାଇ

ଜଣ ପରେ ଜଣେ ଛାଡି

ଉଡନ୍ତା ବିମାନ     ପଛରେ ପକାଇ

ଆଗକୁ ଯାଆନ୍ତି ମାଡି ।

ପରୀ ରାଇଜରେ    ଆଣନ୍ତି ବୁଲାଇ

ଜହ୍ନରେ କରନ୍ତି ଘର

ଦୁଃଖ ସମସ୍ତଙ୍କ     ପାରନ୍ତି ଭୁଲାଇ

କାହାକୁ ନରଖି ଡର ।

ଗଛରୁ ଗଛକୁ   ଡେଇଁ ଡେଇଁ ଡାଳେ

ଖାଆନ୍ତି ମଧୁର ଫଳ

ଏକଥା ମନରେ  ଯେତେ ଥର ଭାଳେ

ମନରେ ଆସଇ ବଳ ।

ବୁଲନ୍ତି ଆନନ୍ଦେ   ନୂଆ ନୂଆ ଦେଶେ

ସକାଳୁ ଉଠିଲେ ନିତି

ଅତୀବ ସୁନ୍ଦର   ମନଲୋଭା ବେଶେ

ଗାଆନ୍ତି ମଧୁର ଗୀତି ।



Rate this content
Log in

Similar oriya poem from Fantasy