STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଡେଣା

ଡେଣା

1 min
23.5K

ତୁମେ ତ ଦେଖୁଛ ହିରୋ କଂପାନୀର ସାଇକେଲଟି 

ଷ୍ଟାଣ୍ଡ ସହିତ ଛିଡ଼ା ହ୍ୟାଣ୍ଡଲ ଘଣ୍ଟି ମଡ଼ା

 ଯେମିତି ମନ ପବନ ଦୁଇଟି ଡେଣା

କରୋନା ଗୃହ ବଂଦୀ କାଳରେ ଲକ୍ ଡାଉନ ବେଳରେ

ଛିଡା ଘର କୋଣରେ ବାଟବଣା

ମାତ୍ର ମୁଁ ଦେଖୁଛି

ମାତ୍ର ମୁଁ ଭାବୁଛି

ମାତ୍ର ମୁଁ ବୁଝୁଛି

ବାହୁନି କାନ୍ଦୁଛି ଦ୍ୱି-ଚକ୍ର ଜାନ

ଧୂଳି ମଳିରେ ଭରା ତା ଯଉବନ

ଲୁହ ଗଡ଼ଉଛି ମଉନେ ବସି

ନିର୍ବାସନ ଦୁଃଖ ପାରୁନି ବେସି

କେତେ ଯତନରେ କୁଣିଆ ପରି

ପୋଛା ପାଉଥିଲା ସକାଳୁ ସରି

କାହୁଁ ଅଇଲା ଏ କରୋନା କାଳ

କୋଣେ ଠଲିଦେଲେ ମଣିଷ ଦଳ

କାମ ବେଳେ କେତେ ସ୍ନେହ ଆଦର

କାମ ସରିଲା ଯୋଡଦୁସ୍ତ ଜୁହାର

ଡ଼େଣା ଲାଗିଲେ ଭଡ଼ି ଯାଆନ୍ତା 

             ଯତ୍ର ତତ୍ର ସର୍ବତ୍ର

ସ୍ଵାଧୀନତାରେ ମୁକ୍ତି ଆନନ୍ଦରେ 

    ବୁଲନ୍ତା ଘୁମନ୍ତା ଦୌଡ଼ି ଚାଲନ୍ତା

   ସସାଗରା ଧରା ଆକାଶ କ୍ଷେତ୍ର । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy