STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

"ଡେ"_ବରଣେ

"ଡେ"_ବରଣେ

1 min
95

ବାହ୍ୟ ସଭ୍ୟତାର ସଂସ୍କୃତିକୁ ନେଇ

ପାଳୁଅଛ ଦିନମାନ

ପାଶ୍ଚାତ୍ୟ ମୋହରେ ଆମରି ଆଦର୍ଶ

ବନ୍ଧନେ ଲହୁଲୁହାଣ


ଧର୍ମ ବୃନ୍ଦାବନେ ଶୁଭୁନାହିଁ ଆଉ

ବେଦର ଓଁକାର ବଂଶୀ

ଭକ୍ତି ଜଣାଣକୁ ଆଲବମ୍ ଗୀତ

ସକଳେ ଦେଉଛି ଗ୍ରାସି


ସାମ୍ପ୍ରଦାୟିକତା କୋଳରେ ଆଶ୍ରୟ

ପଇସା ଖେଳୁଛି ଖେଳ

ବନ୍ଧୁକ କାକଳି ଚାରିଆଡେ ଶୁଭେ

ସ୍ବାର୍ଥ ଜୟଜୟକାର


ପ୍ରିୟଭୂମି ଛାଡ଼ି ଅଦ୍ୟଯୁବପିଢି

ଗଲେ ବିଦେଶୀ ରାଜ୍ୟେ

କେଉଁ ପୁତ୍ର ପାଇଁ ବାହୁନି ଉଠିବ

ମାଟି"ମା"କାନ୍ଦେ ଲାଜେ


ଯେ ଦେଶ ମହାନ ମହାପୁରୁଷଙ୍କ

ଅବଦାନ ମନେ ନାହିଁ

ସୁବର୍ଣ୍ଣ ଜୟନ୍ତୀ ଅବା ତିରୋଧାନ

ସ୍ମୃତିରୁ ପାଶୋରା ଯାଇ


ଦେଶର ଐତିହ୍ୟ ଜାତିର ଭାଷା ତ

ଉଜାଣି ଖାଉଛି କୂଳ

ନୂତନ ସୂର୍ଯ୍ୟର ପ୍ରୀତି କର ପାଇଁ

ଆଶା ବୁକେ ଲୁହ ତା'ର


ଏ ଦେଶ ଜନତା ଦି ମୁଠା ଦି ଓଳି

ଖାଇବାକୁ ନାହିଁ ଦାନା

ସେ ଦେଶ ମଣିଷ "ଡେ"ର।ବରଣେ

ମଦ,ମାଂସେ ଛୁଟେ ବନ୍ୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract