STORYMIRROR

Reeta aparajeeta Mohanty

Classics

3  

Reeta aparajeeta Mohanty

Classics

ଦୌପଦୀ

ଦୌପଦୀ

1 min
254

ମୋ ଭାଗ୍ୟ ବିଧାତା କେମିତି ଲେଖିଥିଲେ

ଯଜ୍ଞ ନିଆଁରୁ ହେଲି ଜାତ

ଅର୍ଜୁନ ଲକ୍ଷ୍ୟ ଭେଦ କରି ପାଇଲେ ମୋ ହାତ

ମାତା କୁନ୍ତୀଙ୍କ ଭୁଲ ବୁଝାମଣା 

ମତେ ମିଳିଲେ ପାଞ୍ଚୋଟି ସ୍ୱାମୀ 

ତଥାପି କେହି ବଞ୍ଚେଇ ପାରିଲେନି 

ମୋ ଅସ୍ମିତା,

ମତେ ଯୁଧିଷ୍ଠିର ପଣ୍ୟ ବସୁ ପରି

ବାଜି ଲଗେଇଲେ କୁରୁସଭାରେ

ମୁଁ ନୁହଁ ସମଗ୍ର ନାରୀ ଜାତିର ଅବମାନନା

ହେଇଥିଲା 

ପ୍ରଭୁ ତୁମେ କୋଟି ବସ୍ତ୍ର ଦେଇ 

କରିଥିଲ ମୋ ଲଜ୍ଜା ନିବାରଣ

ହେଲେ ଆତ୍ମାର ଘା ଶୁଖିଲାନି ।

ମହାଭାରତର କଥା ପଡିଲେ

କେହି ଦୌପଦୀର ତ୍ୟାଗ 

ଜ୍ଵଳନକୁ ଭୁଲି ନଯାଇ ଶିକ୍ଷ କଟିବେ 

କେମିତି କଟିବେ ନାରୀର ସମ୍ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics