ଦୌପଦୀ
ଦୌପଦୀ
ମୋ ଭାଗ୍ୟ ବିଧାତା କେମିତି ଲେଖିଥିଲେ
ଯଜ୍ଞ ନିଆଁରୁ ହେଲି ଜାତ
ଅର୍ଜୁନ ଲକ୍ଷ୍ୟ ଭେଦ କରି ପାଇଲେ ମୋ ହାତ
ମାତା କୁନ୍ତୀଙ୍କ ଭୁଲ ବୁଝାମଣା
ମତେ ମିଳିଲେ ପାଞ୍ଚୋଟି ସ୍ୱାମୀ
ତଥାପି କେହି ବଞ୍ଚେଇ ପାରିଲେନି
ମୋ ଅସ୍ମିତା,
ମତେ ଯୁଧିଷ୍ଠିର ପଣ୍ୟ ବସୁ ପରି
ବାଜି ଲଗେଇଲେ କୁରୁସଭାରେ
ମୁଁ ନୁହଁ ସମଗ୍ର ନାରୀ ଜାତିର ଅବମାନନା
ହେଇଥିଲା
ପ୍ରଭୁ ତୁମେ କୋଟି ବସ୍ତ୍ର ଦେଇ
କରିଥିଲ ମୋ ଲଜ୍ଜା ନିବାରଣ
ହେଲେ ଆତ୍ମାର ଘା ଶୁଖିଲାନି ।
ମହାଭାରତର କଥା ପଡିଲେ
କେହି ଦୌପଦୀର ତ୍ୟାଗ
ଜ୍ଵଳନକୁ ଭୁଲି ନଯାଇ ଶିକ୍ଷ କଟିବେ
କେମିତି କଟିବେ ନାରୀର ସମ୍ମାନ।
