STORYMIRROR

Amita Dash

Inspirational Children

3  

Amita Dash

Inspirational Children

ଦାୟିତ୍ଵ

ଦାୟିତ୍ଵ

1 min
214


ଆଜି ଜୀବନେ ଆସିଚି ଗୋଟିଏ ଘଡି ସନ୍ଧି ମୁହୂର୍ତ୍ତ।

ସଚେତନତାର ଜଡ଼ିବୁଟି ସବୁଠୁ ବଡ଼ ଔଷଧ।

ଆଉ ନାହିଁ ଟୁଣୁକା ଟୁଣୁକିର କାରସାଦି।

ଯୁଗ ବଦଳିଛି।

ମଣିଷ ଚିନ୍ତାଧାରାର ପରିବର୍ତ୍ତନର ଲୋଡା ଅଛି।

ଆମେ ସତର୍କ ରହିବା।

ସଚେତନ ରହିବା।

ସମସ୍ତେ ଗୋଟେ ଗୋଟେ ଯୋଦ୍ଧା ହୋଇ ବାହାରି ପଡିବା।

ଟୀକା ନେଲେ ବି ସତର୍କ ରହିବା

ହାତ ସଫା କରିବା, ଦୂରତା ରଖିବା

ନାକ, ପାଟିରେ ଆଧୁନିକ ତୁଣ୍ଡି ନଥିଲେ ସୂତା ଚିରା ଗାମୁଛା ତୁଣ୍ଡି

ବାନ୍ଧିବା।

ନିଜେ ନିୟମରେ ରହି ନିଜକୁ ବଞ୍ଚାଇବା।

ନିଜେ ସୁସ୍ଥ ରହିଲେ ଅନ୍ୟର ସେବା କରିବା।

ଆଜି ଦିନ କାଲି ହେଉଛି

କାଲି ଦିନ ବି ତା ପର ଦିନ ହେବ।

କେତେ ଯୁଗ ବିତିଗଲାଣି

ମଣିଷ ସମୟ ସହ ତାଳ ଦେଇ 

ବଞ୍ଚିବାର କଳା ସବୁ ସମୟରେ ନୂଆ ଢଙ୍ଗରେ ପାଉଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational