STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ଦାୟିତ୍ୱ

ଦାୟିତ୍ୱ

1 min
225

ଏନ୍ତୁଡିଶାଳରେ ଶିଶୁଟି ଭୂମିଷ୍ଠ ହେଉ ହେଉ

କୁଆଁ କୁଆଁ ରାବରେ

ଚତୁର୍ଦ୍ଦିଗ ପ୍ରକମ୍ପିତ କରେ

ମାଆ ଜନ୍ମଯନ୍ତ୍ରଣାକୁ ଭୁଲିଯାଇ

ଆନନ୍ଦରେ ହୁଏ ଆତ୍ମହରା 

ବାପା ନୂତନ ଆଗନ୍ତୁକର ଆଗମନରେ

ଶିହରି ଉଠି ଭାବିଚାଲନ୍ତି

ଦାୟିତ୍ୱ ଆଗକୁ ବଢିଗଲା ପରା ।

ଶୈଶବରୁ କୈଶୋର

କୈଶୋରରୁ ଯୌବନ ପର୍ଯ୍ୟନ୍ତ

ବିନା ଦାୟିତ୍ୱରେ

ସ୍ଵାଧୀନ ଜୀବନ ବିତୁଥିବା ମଣିଷ

ଯେତେବେଳେ ସ°ସାର ଆଉ

ମାଲିକାନାର ବୋଝ ମୁଣ୍ଡାଏ

ସେତେବେଳେ ଦାୟିତ୍ଵବୋଧର

ଚୌହଦି ଭିତରେ ଅଣନିଃଶ୍ଵାସୀ ହୁଏ ।

ଜୀବନକୁ ଆନନ୍ଦରେ ଉପଭୋଗ ପାଇଁ

ମଣିଷଟିଏ ଚାକିରୀ ଅନ୍ଵେଷଣ କରେ 

ପାଇଗଲା ପରେ

ହାତକୁ ଦିହାତ ହୁଏ

ଗୋଟିଏ ପଟେ ପରିବାର

ଅନ୍ୟପଟେ କାର୍ଯ୍ୟାଳୟ

ଏହି ଦୋଛକିରେ ଛିଡାହୋଇ

ଭାରାକ୍ରାନ୍ତ ହୁଏ 

ଠିକ୍ ଭାବେ ତୁଲାଇ ପାରିଲେ

ହୁଏ ଭଲ ମଣିଷ

ଆଉ ଏକତରଫା ହେଲେ

ହୋଇଥାଏ ଭୁଲ ମଣିଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational