STORYMIRROR

Sagar Kumar Parida

Inspirational Others

3  

Sagar Kumar Parida

Inspirational Others

ଦାୟିତ୍ୱ

ଦାୟିତ୍ୱ

1 min
196

ଅନେକ ଦାୟିତ୍ୱ ଜୀବନ ପଥରେ

ନେବାକୁ ହୁଅଇ ଆମକୁ,

ଦାୟିତ୍ୱର ବିନା ଜୀବନ ରଥକୁ

ନେଇପାରିବାକି ଆଗକୁ।।

ମାଆ ଯଦି ଶିଶୁ ଦାୟିତ୍ୱ ନନେବ

ଶିକ୍ଷକ ନ ନେବେ ଛାତ୍ରାଦାୟିତ୍ୱ,

ଡାକ୍ତର ରୋଗୀଙ୍କ ଦାୟୁତ୍ୱ ନ ନେଲେ

ଦେଶ କେବେ ଆଗେ ରଖିବ ପାଦ।।

ଛୋଟ ଶିଶୁଟିର ଦାୟୁତ୍ୱ ମାନେଇ

ଦେଶକୁ ଦିଅଇ ସୁ ନାଗରିକ,

କୃଷକ ଭାଇଟି କ୍ଷେତ ଦାୟିତ୍ୱରେ

ରାତିଦିନ କରି ଦିଅଇ ଏକ।।

ସୈନିକ ଭାଇଟି ସୀମା ଦାୟିତ୍ୱରେ

ରଖଇ ଦୂରରେ ଦେଶର ଶତ୍ରୁ,

ଗ୍ରାମ ଦାୟୁତ୍ୱରେ ଗ୍ରାମର ମୁଖିଆ

ବୁଝନ୍ତି ଗ୍ରାମ ଭଲ ମନ୍ଦ ସବୁ।।

ଶୃଙ୍ଖଳିତ ଯଦି ହୁଏ ଆଚରଣ 

ଜୀବନ ଜୀଇଁବା ହୁଏ ସହଜ,

ଦାୟିତ୍ୱ ଗୁଣଟି ମହତ ଗୁଣଟେ

ବିକଶିତ କର କର୍ମ କ୍ଷେତ୍ରର।।

ସର୍ବେ ଯଦି ଆମେ ନିଜର ଦାୟିତ୍ୱ

କରୁଥିବା ଠିକ ଭାବେ ନିର୍ବାହ,

ଆଗେଇବ ଦେଶ ପ୍ରଗତି ପଥରେ

ମହାନ ଜାତିର ପାଇବା ଯଶ।।

ପ୍ରଭୁ ବିଶ୍ଵପତି ସଂସାର ସରଜି

ଗଢିଛନ୍ତି ଏହି ସୁନ୍ଦର ମହୀ,

ପରିଶ୍ରମ ଆଉ ଦାୟିତ୍ୱ ଗୁଣରେ

ସୁନ୍ଦର କରିବା ଆମରି ଭୂଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational