STORYMIRROR

Mamatamanjari Das

Crime

3  

Mamatamanjari Das

Crime

ଦାୟୀ କିଏ ????

ଦାୟୀ କିଏ ????

1 min
144

ଫିଙ୍ଗନା ଫିଙ୍ଗନା

ପଥର ଟେକାଟେ

ସେ ପରା ମଣିଷ ଟିଏ

କାଳର କରାଳ କୁଠାର ଘାତରେ

ଆଜି ପାଗଳୀ ହୋଇ ସେ

ବଣ ଜଙ୍ଗଲରେ ଧାଏଁ ।


ପାଗଳୀ ଟେ ତାକୁ ସଜାଇଛି କିଏ

ଭାବିଛକି କେବେ

ଏଥିପାଇଁ ଦାୟୀ କିଏ

କେତେ ଆଶା ନେଇ

ଚାଲୁଥିଲା ବାଟ

ତା' ଅସ୍ମିତା ହଜିଲା

କେଉଁ ବିଟପର କାମନା ଅଗ୍ନିରେ

ଖିନ୍ ଭିନ୍ କରି

ଖାଇଗଲା ସିଏ

ତା' କୁଆଆଁରୀ ଜୀବନ ମହୁ 

ସେବେଠାରୁ ସିଏ

ହୋଇଛି ପାଗଳୀ ଗଡେ ତା'ଆଖିରୁ ଲହୁ ।


କେବେ ସେ ଗାଉଛି

କରୁଣ ସଙ୍ଗୀତ

କେବେ ସେ ଢାଳୁଛି ଲୁହ

କେବେ କେବେ ପୁଣି ସୁଏ ସେ ରାସ୍ତାରେ

ରଖି ଛାତିରେ ଛାତିଏ କୋହ ।


ସିଏ ବିତ ଦିନେ

କେତେ ଆଶା ନେଇ

ଏ ଧରାକୁ ଛୁଇଁ ଥିଲା

ବାପା ମାଆଙ୍କର ଅଲିଅଳି ହୋଇ

ଜୀବନ ବି ଜୀଉଁଥିଲା

କାହିଁକି ଆଜି ସେ ପାଗଳୀ ହୋଇଛି

ଏଥିପାଇଁ ଦାୟୀ କିଏ

ସଭ୍ୟ ସମାଜର ମୁଁ ସଭିଙ୍କୁ ପଚାରେ

ଉତ୍ତର ତ ଦିଅ କିଏ !


କାମୁକ ପୁରୁଷ

କାମ ମୋହେ ଅନ୍ଧ

ଗଲା ହିତା ହିତ ଭୁଲି

ଲୁଟି ନେଲା ତା'ର ଅନୁଢା ସମ୍ପତ୍ତି

ପାଗଳୀ ହୋଇ ସେ ବୁଲୁଛି ଆଜି

ଭାଗ୍ୟକୁ ନିନ୍ଦି ଖାଲି ।


ପ୍ରଭୁଙ୍କୁ ପଚାରେ ପ୍ରଶ୍ନ ଟିଏ ସେ

ଏ ତୁମର କେଙ ନିସ୍ପତି

ନାରୀଟିଏ କରି କରିଲ ଅବଳା

କାହିଁକି ଦେଲ ଏ ରୂପର ସମ୍ଭାର

ଯାହାପାଇଁ ହେଲି ଧର୍ଷିତା  

ସମାଜେ ହୋଇଲି ଅସତୀ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime