STORYMIRROR

Amaresh Kumar Hanuman

Inspirational

5.0  

Amaresh Kumar Hanuman

Inspirational

ଦାୟୀ କିଏ ?

ଦାୟୀ କିଏ ?

1 min
14.2K


ତୁ ଗଲେ ରୁଷି, ଯଦି ମୁଁ ବି ରୁଷିବି;

ତତେ ଯେ ବୁଝେଇବ କିଏ ?

ତୁ ମତେ ଦେଖି, ଯଦି ହଉ ଦୁଃଖୀ;

ତତେ ପୁଣି ହସେଇବ କିଏ ? (୧)


ଦେଖି ତୋ ନୀରବ, ଯଦି ମୁଁ ବି ନୀରବ;

ସେ ନୀରବତା ଭାଙ୍ଗିବ କିଏ ?

ହଜି ଗଲେ ତୋ ମନ, ଭାବି ଭାବି ସେ ଦିନ;

ଖୋଜି ମନ ଆଣିବ କିଏ ? (୨)


କଥା କଥାକୁ ଧରି, କିଏ କାହାକୁ ସରି;

ସେ କଥା କି ବୁଝିବ କିଏ ?

ଛୋଟ ଅଛି ଯାହା, ବଡ ହେବ ତାହା;

ଆସି ସମାଧାନ କରିବ କିଏ ? (୩)


ନା ହଉ ତୁ ରାଜି, ନା ହାରେ ମୁଁ ବାଜି;

କାହାକୁ ଯେ କ୍ଷମିବ କିଏ ?

ରାଗ ଟିକେ ତୋର, ରାଗ ଟିକେ ମୋର;

ପାଇବାନି କିଛି ତହିଁରୁ କିଏ ? (୪)


ପତର ସମାନ, ଏ ଛାର ଜୀବନ;

ଚିରକାଳ କି ବଞ୍ଚିବ କିଏ ?

ଦେବି ଯଦି ବୁଜି, ଆଖି ଦୁଇ ଆଜି;

ପାଖେ ବସି କାନ୍ଦିବ କିଏ ? (୫)


ଗଲେ ଉଡି ପ୍ରେମ ପରୀ, ଆସେନା ସହଜେ ଫେରି;

ଦାୟୀ କିଏ ? କହ ଦାୟୀ କିଏ ?

ସମ୍ପର୍କର ଅବସାନେ, ମୁଁ ହିଁ ଏକା ଦାୟୀ;

ନୁହେଁ କିଏ..! ଆଉ ନୁହେଁ କିଏ ...! (୬)



ଅମରେଶ କୁମାର ହନୁମାନ

ଭୁବନେଶ୍ୱର - ୧

ମୋ. ନଂ. : +୯୧-୯୮୬୧୫-୨୦୧୩୪


Rate this content
Log in

Similar oriya poem from Inspirational