STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଦାଦନ

ଦାଦନ

1 min
429

ସଞ୍ଜ ବୁଡି ଅନ୍ଧାର ହେଉଛି।

ଦାଦନ ନିରଜ ଘର ଭିତରକୁ ଜବରଦସ୍ତ

 କିଟି ମିଟି ଅନ୍ଧାର

 ଭୂତ ହୋଇ ଡରେଇ ପଶି ଆସୁଛି।


ବିନି ନିରଜ ସ୍ତ୍ରୀ

ଦାଣ୍ଡକୁ ଟିକେ ଦଉଡ଼ି ଯାଉଛି 

ପୁଣି ଘର ଭିତରକୁ 

ପୁଣି ଦାଣ୍ଡ

କିଛି ଖବର ଆସିଲା କି

ଗୁଜୁରାଟ ଯାଉଥିବା ଓଲଟି ପଡି ଆକ୍ସିଡେଣ୍ଟ ହୋଇଥିବା

ବସ ଖବର ଆଣି ଆସିଲେ କି କେହି ।


ରାତି ସାରା ଧାଆଁ ଦଉଡ଼ କରି କ୍ଳାନ୍ତ ବିନି

ପାହାନ୍ତା ବେଳକୁ ଘର ପିଣ୍ଡାକୁ 

 ଆଉଜି ଘୁମେଇଁ ପଡିଛି ।


ବିନିର ଛାଇ ଛାଇଆ ନିଦ

ନିରଜ କହୁଛି ବିନି ଲୋ 

ଆଉ ଏ ଭୋକ କଷ୍ଟ ସହି ହେବନି

କମ୍ପାନୀ ଗାଡି ପଠେଇଛନ୍ତି 

ଆମ ଗାଁ ତଥା ଆଖ ପାଖ ଗାଁ ଲୋକେ 

କାମ କରିବାକୁ ଯାଉଛନ୍ତି

ମୁଁ ଯିବି ଲୋ ବିନି।


ନାଇଁ ମଲେ ପଛେ ମରିବା 

ତୁମେ ଆଉ ଗାଁ ଛାଡି ଯାଅନା

କେତେ କଷ୍ଟ ରେ 

ଉପାସ ଭୋକରେ ଚାଲି ଚାଲିଚାଲି

ମାସେ କାଳ କଷ୍ଟ କରି ସେଠୁ ଆସିଛ 

ପୁଣି ଯିବ କହୁଛ ।


ନ ଗଲେ ଖାଇବା କଣ

ବିନି ମୁଁ ଯାଉଛି ବିନି

ମା ଲାଗିଲା

ପୁଅ ଲାଗିଲା ତୋତେ।


ବିନି ନିଦ ଭାଙ୍ଗି ଗଲା

ସନିଆନା କହୁଛନ୍ତି

ନିରଜ ଆଉ ନାହିଁ ଲୋ ବିନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy