STORYMIRROR

Raja Sekhar CH V

Abstract Tragedy Action

4  

Raja Sekhar CH V

Abstract Tragedy Action

ଦାଦନ

ଦାଦନ

1 min
345

କେବେ ସରିବ ଏ ମାତ୍ରାଧିକ ଦାଦନ,

କେବେ ସରିବ ଅଲୋଡା ଥଇଥାନ,

ନିଜ ନିଜ ସ୍ୱେଚ୍ଛାର ହେଲାଣି ଦମନ,

ପରିବାର ବିଷୟରେ ଭାବୁଥାଏ ମନ,

ଶେଷ ହେଉନି ଏହି ଅନୁଚିତ ଉତ୍ପୀଡ଼ନ ।


ଲାଗୁଛି ଯେମିତି ନିଜମାଟିରୁ ନିଷ୍କାସନ,

ଲାଗୁଛି ଯେମିତି ବହୁତ ଲୋକଙ୍କ ପ୍ରସ୍ଥାନ,

କେବେ ହେବ କର୍ମପଦ୍ଧତିରେ ପରିବର୍ତ୍ତନ,

ଚାହୁଁଛୁ ନିଜ ପ୍ରାନ୍ତ ପ୍ରଦେଶକୁ ପ୍ରତ୍ୟାବର୍ତ୍ତନ,

ଆପଣା ଅଞ୍ଚଳରେ ଚାହୁଁଛୁ ଚାକିରିଆ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract