STORYMIRROR

Sagar Kumar Parida

Tragedy

2  

Sagar Kumar Parida

Tragedy

ଦାଦନ

ଦାଦନ

1 min
111

ଭିଟା ମାଟି ବାସ୍ନା କେଡେ ମଧୁର

ରହିବାକୁ ଇଚ୍ଛା ପ୍ରବଳ ମୋର

ପେଟ ପାଇଁ ଛାଡି ମୋ ଜନ୍ମସ୍ଥଳୀ

ଯାଉଅଛି ଠିକା କାମରେ ଚଳି

   ପରିବାର ପାଇଁ

ନ ହେଲେ ହୁଏନି ଘରେ ରୋଷେଇ ।।


ଘରେ ଚାରିପ୍ରାଣୀ କୁଟୁମ୍ବ ମୋର

ବୁଢା ବାପା ,ମା'ର ଔଷଧ ଦର

ପିଲାମାନଙ୍କର ପଢିବା ଖର୍ଚ୍ଚ

ମୋ ଉପରେ ସବୁ ହୋଇଛି ନ୍ୟସ୍ତ

  ଖଟୁଛି ସେ ପାଇଁ

ଦାଦନ ରୂପରେ ବାହାରେ ଯାଇ ।।


କର୍ମ କରିବାରେ ନାହିଁ ମୋ ଦୁଃଖ

ପ୍ରରିଶ୍ରମ କରି ସାଉଁଟେ ସୁଖ

ଦେଶକୁ ଆଗେଇ ନେବାରେ ମୋର

ମନ ବଳୁଅଛି ପରିଶ୍ରମର

ହେୟ ଜ୍ଞାନ ମୋତେ

କର ନାହିଁ କେବେ ଏହି ଜଗତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy