Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Abstract Tragedy

4  

Pratap Chandra Mishra

Abstract Tragedy

ଦ୍ୱାହି

ଦ୍ୱାହି

1 min
281



   ଅସୁମାରୀ ସ୍ବପ୍ନ ସାଊଁଟୁ ସାଊଁଟୁ

   ଉଭେଇ ଯାଇଛ କାହାପାଇଁ?

   ପାନ୍ଥଶାଳା ର ଅଭୂଲା ପୁଲକ

   ହାତ ଠାରି ଡାକୁଥାଇ ........।


   ଜୋଛନା ବଳୟେ ଚନ୍ଦ୍ରମାକଳା

   ଭାରି ଅମିନିଆ ସତେ

   ସେ କଳା ର ମନୋହର ଛିଟା

   ତୁମ କବରୀ ରେ ଫୁଟି ଉଠେ ......I


   ତଥାପି କାହିଁକି ବତୀ ଖୁଣ୍ଟ ଟା

    ଅଲାଜୁକି ହୋଇଯାଏ

    ମିଂଜି ମିଂଜି ଆଲୋକ ତାହାର

    ଅମା ରାତି କୁ ସହଯୋଗ କରୁଥାଏ... ।


    ବାସ୍ତବ ଆଉ ସପନ ଦ୍ବନ୍ଦରେ

    ପୁରା ରଜନୀ ତୁମ ଅଭାବ ପ୍ରାୟ

    ଚୋରା କଟାଖ୍ୟ ଟା ବ୍ୟଥିତ କରାଏ

    ଭାଷା ଭାବନା ଅକଥନୀୟ .......।


    ଚୁମ୍ବକେ ଚୁମ୍ବକେ ସ୍ବର ଭାସି ଆସେ ଖ୍ୟଣେ

    କୁକୁଟ ସୂଚାଏ ଦିବା ପ୍ରାୟ ଆଗମନ

    ଫୁଙ୍ଗୁଳା ଲୋତକ ବିଶ୍ରାମ ବିହୀନ

     ଅବଶ ଏ ତନୁ ମନ ......... ।


     ଶବ ହେବା ପଥ ସନ୍ନିକଟ ପ୍ରାୟ

     ଅଫେରା ଛକେ ଦେଇ ଦ୍ବାହି

     ହୃଦୟ ର ସେଇ ନିଭୃତ କୋଣେ

     ରହିଛ,ରହିବ ଚୀର ସ୍ରୋତସ୍ବିନୀ ଟିଏ ହୋଇ ......l


     ଶରୀର ବିହୀନ ହେଲା ପରେ ମଧ୍ୟ

     ତୁମ କୂଶଳ ମନାସୁ ଥାଇ ........

     ସୁଦୂରେ ଶୂଭ କାମନା ରେ ଲୀନ  ରହି ............ ।।




Rate this content
Log in

Similar oriya poem from Abstract