STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ସାରଙ୍ଗ ଯା ଯା ହେ

ଚଉପଦୀ - ସାରଙ୍ଗ ଯା ଯା ହେ

1 min
13.9K


କବି - ବାବୁ


ମୋ ପାଶୁ ଫେରି ସାରଙ୍ଗ ଯା ଯା ହେ ।

ସାରଙ୍ଗେ ତୋହରି ନ ଚାହିଁବି ହରି

ସାରଙ୍ଗେ ଲେଉଟି ଯା ଗିରିଧାରୀ । ପଦ ।

ସାରଙ୍ଗରେ କାଲି ଯେ କଣ୍ଟ ଦେଇ

ସାରଙ୍ଗେ ରହିଲ ତୁମ୍ଭେ କିମ୍ପାଇଁ ।

ସାରଙ୍ଗୀ କିଏ ସେ ସାରଙ୍ଗ ତା ରସେ

ସାରଙ୍ଗେ ମାତିଲ ମୋତେ ପାଶୋରି । ୧ ।

ସାରଙ୍ଗରେ ବେଶ ମୁଁ କାଲି ସାଜି

ସାରଙ୍ଗ ଚନ୍ଦନ ସାରଙ୍ଗ ରାଜି ।

ସାରଙ୍ଗରେ ବସି ସାରଙ୍ଗେ ମୁଁ ନିଶି

ସାରିଲି ଯେ ଏକା କୁଞ୍ଜବିହାରୀ । ୨ ।

ସାରଙ୍ଗ ମୋହର ଯେ ବୃଥା କଲ

ସାରଙ୍ଗ ଦେଇଣ କେଣେ ରହିଲ ।

ସାରଙ୍ଗ ଭ୍ରମର ସାରଙ୍ଗ ପ୍ରକାର

ସାରଙ୍ଗ ତୁମ୍ଭର ଭାବ ଏପରି । ୩ ।

ସାରଙ୍ଗ ଯୋଡ଼ିଣ ବାବୁ କହଇ

ସାରଙ୍ଗ ବାଳୁତ ମୂର୍ଖ ଅଟଇ ।

ନୁହଇ ଯେ କବି ଅଟେ ଅନୁଭବି

ସରସ୍ୱତୀ ପାଦ ପଦ୍ମ ସୁମରି । ୪ ।


Rate this content
Log in

Similar oriya poem from Classics