STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ସ୍ୱପ୍ନେ ଦେଖିଲି ଆଜ ରଜନୀ

ଚଉପଦୀ - ସ୍ୱପ୍ନେ ଦେଖିଲି ଆଜ ରଜନୀ

1 min
12.9K


କବି - ସାଲବେଗ


ସ୍ୱପ୍ନେ ଦେଖିଲି ଆଜ ରଜନୀ

ନନ୍ଦନନ୍ଦନ ମୋତେ କୋଳେ ଘେନି

କେତେ ଭାବ କଲେ ମୁରଲୀପାଣି

ଗୋ ସଜନି ।

କରୀନ୍ଦ୍ର ଦନ୍ତମୟ ପଲଙ୍କରେ

ବିଜେ କରି ହରି ଧରିଣ କରେ ।

ନାନା ଅଳଙ୍କାର ଖଞ୍ଜି ଅଙ୍ଗରେ

ସାଜିଲେ ବେଶ ଅତି ଆନନ୍ଦରେ ।

ସାଜି ବେଣୀରେ ମୁକୁତା ଅନେକ

ନେଇ ଖଞ୍ଜିଲେ ନାସାରେ ତିଳେକ ।

ମୁକୁର ଦେଖାଇ ଯଦୁନାୟକ

ଧଇଲେ ମୋ ଅର୍ଦ୍ଧଇନ୍ଦୁ ଚିବୁକ ।

କୁଚବୀଣା ତୁମ୍ବି ମାନସ ଦଣ୍ଡି

ରୋମ ଆରାଜି ଗୁଣା ତହିଁ ଖଞ୍ଜି ।

ତୀକ୍ଷ୍ଣ କରଜେ ମନ୍ତ୍ରମାନ ବୁଝି

ନିରତେ ଶୃଙ୍ଗାର ରସ ଉପୁଜି ।

କେତେ ଗୁପତରେ ସେ କାମଜାର

ବିଚାରିଲେ ଥରେ ନୋହେ ଅନ୍ତର ।

ନୀବିବନ୍ଧ ଛନ୍ଦ ନୋହେ ବାହାର

ଜୂରକଲେ କେଳି ରସଭଣ୍ଡାର ।

ସରିଲା ସୁରତି ହାରିଲା କାମ

ମୋ ଅଙ୍ଗେ ଆଉଜି ରହିଲେ ଶ୍ୟାମ ।

ନେତ୍ରପ୍ରାନ୍ତକାଳେ ଯେସନେ ଘୃମ

ମଘବା ସମ୍ପତ୍ତି ନୋହିବ ସମ ।

ୟେଥୁ ଉତ୍ତାରୁ ପାଇଲି ଚେତନ

ଉଠି ଲୋଡ଼ନ୍ତେ କୋଳେ ନାହିଁ ଶ୍ୟାମ ।

ତେତେବେଳେ ଯାହା ହେଲା ମୋ ମନ

ଏ ରସେ ଭଣେ ସାଲବେଗ ହୀନ ।


Rate this content
Log in

Similar oriya poem from Classics