STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଫୁଟି ନ ଭୁଲ ସୁମନ

ଚଉପଦୀ - ଫୁଟି ନ ଭୁଲ ସୁମନ

1 min
13.4K


କବି - ନୀଳକଣ୍ଠ


ଫୁଟି ନ ଭୁଲ ସୁମନ

ଫନ୍ଦାକର ହରିନାମ ।

ଫଳିବ ଅମୃତ ରସ

ବସି ତୁ କରିବୁ ପାନ । ପଦ ।

ଫୁଙ୍କାବନ୍ଧ ଉପରକୁ

ହେତୁପଥେ ଲଗା ଧ୍ୟାନ ।

ଲାଗିଛି ତିଳା କବାଟ

ପାଇବୁ ଦିଅଁ ଦର୍ଶନ ।

ଫେଡ଼ିବା ପାଇଁ କବାଟ

ଅତିହିଁ ଦୁର୍ଗମ ସ୍ଥାନ ।

ଫେରୁଛନ୍ତି ହାରୀମାନେ

ପକାଇ ହୋଦା କଲମ ।

ଫଳ ଦେଖାଇବେ କେତେ

ନିଗୂଢ଼ ଦୃଢ଼ ଭଜନ ।

ଫୁଲଣା ନୁହରୁ ଚିତ୍ତେ

ଏକ ତତ୍ତ୍ୱ ବ୍ରହ୍ମଜ୍ଞାନ ।

ଫୁଟିଛି ତହିଁ କମଳ

ସପ୍ତଦଳ ଉପରେଣ ।

ଫଣୀ କାଳିଆ ଜଗିଛି

ସପ୍ତଫେଣ ଉହାଡ଼ିଣ ।

ଫଣୀ ଅନନ୍ତଶୟନ

ବିଜୟେ ଅଲେଖବ୍ରହ୍ମ ।

ଫାନ୍ଦିଛି ଆଶା ବୋଇତ

ମୂଢ଼ ନୀଳକଣ୍ଠ ହୀନ ।


Rate this content
Log in

Similar oriya poem from Classics