Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କହିବୁ ପରାଣବନ୍ଧୁକୁ

ଚଉପଦୀ - କହିବୁ ପରାଣବନ୍ଧୁକୁ

1 min
6.8K


କବି - ବନମାଳୀ ଦାସ

ରାଗ -ଝିଞ୍ଜଟ ତାଳ - ଝୁଳା


କହିବୁ ପରାଣବନ୍ଧୁକୁ ।

ବନ୍ଧୁକୁ । ପଦ ।

ରାହୁ ପ୍ରାୟେ ରତୀଶ

ନିରତେ କରେ ଗ୍ରାସ ।

ନ ଛାଡ଼େ ମୋ ହୃଦୟ

ବିଧୂକୁ । ବିଧୁକୁ । ୧ ।

ଚିର ତୃଷିତ ପରି

ହୋଇଛି ସହଚରୀ ।

ବିରସ ତୋ ଅଧର ।

ମଧୁକୁ । ମଧୂକୁ । ୨ ।

ସଦା ଝୁରେ ନୟନ

ସେ ରମଣୀ ରତନ ।

ଘଟନ ତା ସିନ୍ଦୂର

ବିନ୍ଦୁକୁ । ବିନ୍ଦୂକୁ । ୩ ।

ବନମାଳୀ ବଦତି

ଶୁଣ ବୋଲେ ଶ୍ରୀମତୀ ।

ନିବେଶି ତା ଭାବନା

ସିନ୍ଧୂକୁ । ସିନ୍ଧୂକୁ । ୪ ।


Rate this content
Log in

Similar oriya poem from Classics