STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-99

ଚଉପଦୀ ଧର୍ମୀୟ-99

1 min
79

ଚଉପଦୀ

ଭାଗ (99)

ରାଗ - ରେଗୁପ୍ତ, ତାଳ ଆଠତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଜଣାଥିଲା କି ମୋତେ ଏ ରୀତି ଗୋ,

ଛଣାସୁଧା ସରପଣାରୁ ମଧୁର ଲାଗୁଥିଲା ଶ୍ୟାମପ୍ରୀତି ଗୋ (ଘୋଷା)

ଲୁଣି ମଣିଲିଣି ମଧୁଝରକୁ, ଶୁଣି ତା ବିଷମ ବଂଶୀସୁରକୁ,

କି ବାଇ ହୋଇଲି ନିଭାଇବି ବୋଲି ସ୍ମର- ଧନଞ୍ଜୟ- ହେତି ଗୋ (1)

ମହୀତଳେ ଯେତେ ଧୂର୍ତ୍ତ ପୁରୁଷେ, ସହି ସବୁରି ପରମଗୁରୁ ସେ;

ଦୂରୁ ସେ ସ୍ନେହକୁ ଜୁହାରି ମୁଁ ହାରି ରହିଅଛି ଲଭି ଭୀତି ଗୋ (2)

ତାରତମ୍ୟ ସେ ନ ଜାଣେ ନିପଟ, ତାର ତନୁ ଗୋଟିଯାକ କପଟ,

କଳାବତୀକୁଳ ମାରଣେ କେବଳ କରିଅଛି ପରିଚିତି ଗୋ(3)

ଆସିବି ମୁଁ ବୋଲି ଦେଇ ଭାଷାକୁ,ବାସି କଲା ଯେ ମୋ ଫୁଲଭୂଷାକୁ,

ତୁ ହେଲେ ପହିଲୁ ଥରେ ନ କହିଲୁ ସେ କିତବର ଅନୀତି ଗୋ (4)

ନିଚୋଳରେ ହେଲାନି ଅରୁଚି, ପୀତପଟ ସେ କାହିଁକି ଧରୁଛି,

ତାହାରି ସଦୃଶ ପିନ୍ଧୁଥାଉ ବାସ ଯା ତୁଲେ ମାତୁଛି ନିତି ଗୋ (5)

ଶୁଣି ଏପରି ସନ୍ତୋଷ ଗିରକୁ, ନିଜ ନୟନେ ଥକାଇ ନୀରକୁ,

ଆଳି ପ୍ରବୋଧିଲେ କିଶୋରୀକି ବୋଲେ ଅଷ୍ଟଦୁର୍ଗ ଧରାପତି ଗୋ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics