STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-90

ଚଉପଦୀ ଧର୍ମୀୟ-90

1 min
204

ଚଉପଦୀ

ଭାଗ (90)

ରାଗ - ଶାବରୀ, ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଚାହାଁ ନିକୁଞ୍ଜ ବିଳାସୀକି ରେ

ନିରତ ଲୀଳାଭିଳାଷୀକି

ବ୍ରଜ ବାରିରୁହ ନୟନାନିବହ ହୃଦୟ ସ୍ଥଳ-ନିବାସୀକି ରେ (ପଦ)

ପଦପଙ୍କରୁହଯୁଗ ଖେଳକୁ - ଅଖଣ୍ଡ ଶିଖଣ୍ଡ ଶିଖୀଚୂଳକୁ

ଧୃତି କରତନ ଦ୍ୟୁତି ନରତନ ବିଲୋକ ମାଳା ତୁଳସୀକି ରେ(1)

ଅତି ଦୂରେ ଥାଉ ଏହାଙ୍କ ସେବା - ତେତେ ସୁକୃତ କେ କରିଛି ଅବା

ଦେବେନ୍ଦ୍ର ଯୁବତୀ ହେବେ ଭାଗ୍ୟବତୀ ଭଜିଲେ ଏହାଙ୍କ ଦାସୀକି ରେ (2)

ଚୁମ୍ବି ଏ ଶ୍ୟାମସୁନ୍ଦର ଅଧରେ - ଲଦି ଏ ମୃଦୁ ପୀନ ପୟୋଧରେ

ଦିନ ହରିବାର ହେବ ଶତବାର ଗଙ୍ଗାରେ ନଥିଲେ ଝାସିକି ରେ (3)

ମିତରେ ଚିର ସ୍ଥିର କରି ଦେଖ - ଜିତ ଶତ ଶୀତ ମୟୂଖ ମୁଖ

ହେଲେ ସ୍ମିତ ସିତସୂନସମ ଚିତ୍ତ ନଯିବ ବିବେକ ଭାସିକି ରେ (4)

ଅମୋଘାସ୍ତ୍ର କରି ଏହାଙ୍କୁ ପାଇ ମକର – ଚରମ - ଚଢା ସିପାହୀ

ବିଶ୍ୱ ବଶ୍ୟ ଭଲେ କରି ନ ପାରିଲେ ସେ ହୋଇଯିବ ସନ୍ନ୍ୟାସୀ କି ରେ (5)

ରଚେ ବସୁଦୁର୍ଗ ବସୁଧାପତି - ଆଳିଙ୍କି କେଉଁ ଗୁଆଳି କହନ୍ତି

ସତେ ଅଛି ପୁଣ୍ୟ କୋଳେ ଏଲାବଣ୍ୟନିଧି ବିଳସିବେ ଆସିକି ରେ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics