STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-83

ଚଉପଦୀ ଧର୍ମୀୟ-83

1 min
390

ଚଉପଦୀ

ଭାଗ (83)

ରାଗ – ପୁରବୀ - ଆଡତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଗୋ, ସେ କି ଧରି ଦୂତୀ ପାଣି,

ସହିବ ସେ ଲାଘବ କହିବ ଚାଟୁବାଣୀ (ପଦ)

ଯା’ କର ପଙ୍କଜେ ଭ୍ରମେ ଲଭିଲେ ସ୍ପରଶ

ଚାକର ହେବାକୁ ହେବ ଶକ୍ରର ତରସ (1)

ହେଲେ ହେଲେ ଭୁବନ ମୋହନ ବିଶାରଦ

ଶୁଣି ଯାହା ବାଣୀ ବୀଣା ଛାଡିବେ ନାରଦ (2)

ଯେ ରାଜି କରଇ କୋଟି ସଂଖ୍ୟକ ସବତେ

ବ୍ରଣ ଲେଶ ନ ଦିଶଇ ନଖଦନ୍ତ କ୍ଷତେ (3)

ନ ଚାହୁଁ ଯେ ଚାହୁଁଥାଏ ସ୍ନେହେ ନେତ୍ରାଞ୍ଚଳେ

ଚାହିଁ ନ ଚାହିଁବା ଭଙ୍ଗୀ ପ୍ରକାଶଇ ଛଳେ (4)

ଶ୍ରୀମତୀ ସଖୀଙ୍କି କେଉଁ ସହଚରୀ ଭାଷେ

ଶ୍ରୀହରିଚନ୍ଦନ ଜଗଦ୍ଦେବ କହେ ତୋଷେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics