STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-81

ଚଉପଦୀ ଧର୍ମୀୟ-81

1 min
171

ଚଉପଦୀ

ଭାଗ (81)

ରାଗ – ମୁଖାବରୀ- ଆଡତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଗୋ, ତା’ ତୁଲେ ହେବ କେ’ ସମ

ଯେ ସୁଧାସ୍ୱାଦୁ ବିଷରୁ ବିଷମ (ପଦ)

ରାଜୀବ ଅଜୀବ ଯା ପଦଭ୍ରାନ୍ତି

ନିନ୍ଦିବ ଇନ୍ଦିବରକୁ ଯା’ କାନ୍ତି (1)

ମୁଖଜିତ ହୋଇ ଯାର ଶିଖଣ୍ଡ

 ସେବିଛି ହୋଇ ଶଶୀ ଖଣ୍ଡ ଖଣ୍ଡ(2)

ମଦନ ମଦନ ହୋଇବ ଲବ

ଆନ ସମାନ ସଂସାରେ କେ ହେବ (3)

ସ୍ମର ସମର ସମୟ ପାଟବେ

ତରୁଣୀ ତ ଋଣୀ ତା’ ଠାରୁ ହେବେ(4)

କେବଳ ସେ ବଳ ନୁହେଁ ଆମ୍ଭର

ଜଗତୀର ଗତିଟି ପୀତାମ୍ବର (5)

ଅଷ୍ଟଦୁର୍ଗସ୍ୱର୍ଗମଘବା ଭଣେ

କଷ୍ଟ ଦୂର ହୁଏ ଯାହା ବିଷୟେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics