STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-78

ଚଉପଦୀ ଧର୍ମୀୟ-78

1 min
282

ଚଉପଦୀ

ଭାଗ (78)

ରାଗ – ତୋଡି - ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଗାନ - ପଣ୍ଡିତା ମୋ ସୁଖରାଶି ରେ,

ମାନ ମାନସରୁ ଯାଉ ଖସି ରେ .

ପାନ ପିକଦାନୀ ଧରାରେ ଗୁମାନୀ,

ହୋଇ କି ମହୀକି ଚାହିଁ  ବସି ରେ (ପଦ)

ମନ୍ଦାରଅଧରା କୁନ୍ଦହାସୀ ରେ

ମନ୍ଦାକିନୀ ଧୂନି ଗର୍ଭେ ଝାସି ରେ

ଫନ୍ଦା କରି ତୋତେ, ହୋଇଛି ନିରତେ

ଜଣେ ତୋ ଚରଣକଞ୍ଜ ଦାସୀ ରେ (1)

ଅଗାଧ ହୃଦୟ ଘନକେଶୀ ରେ,

ଲଗାଇ ମୋ’ ଠାରେ ଅଙ୍କମସୀ ରେ,

ଭଗାରି କେ ମୋର, ଶ୍ରୀ ଛାମୁରେ ତୋର

ଜଣାଇଛି ଯେବେ ଦିଅ କସି ରେ (2)

ମୋ ସଙ୍ଖାଳି ବୀଣାଜିଣାଭାଷୀ ରେ,

ଦୋଷ ଥିଲେ ଦଣ୍ଡ ଫରମାସୀ ରେ,

କି ସକାଶୁଁ ରୁଷା ଆଚରି ସୁଦୃଶା,

ମୋ ସମ୍ପଦ ପଦ ଦେଉ ନାଶି ରେ (3)

ଚୁମ୍ବିଅଛି କି ତୋ କର୍ଣ୍ଣପାଶୀ ରେ,

ହେବି ବୋଲି ଆଉ ପରବାସୀ ରେ,

ତୋ କଠାଉ ରାଣ ଅଛି ରେ ପରାଣ

ଧନ, ସେବିଥିବି ବାରମାସୀ ରେ (4)

ଘନନୀଳାକେଶା ଚାରୁବେଶୀ ରେ

ଅନାଇଁ ନେତ୍ରାନ୍ତେ ଥରେ ଆସି ରେ,

ବନାଇଁଦେ, ମୋର କୁଭାଗ୍ୟକୁ ଭର -

ସ୍ଥଳେ ପୀନସ୍ତନ ଘଟ ଠେସି ରେ (5)

ଏ ବିନୟୁଁ ମୋଦ ସୁଧାରାଶି ରେ,

ଦେବି ରୁଷି ନୋହିଁ, ଗଲେ ଭାସିରେ,

ସେବି ସେ ଯୁଗଳ ଚରଣ କମଳ,

ସେ ହରିଚନ୍ଦନ ହେଲେ ତୋଷି ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics