STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-75

ଚଉପଦୀ ଧର୍ମୀୟ-75

1 min
351

ଚଉପଦୀ

ଭାଗ (75)

ରାଗ - ଏମନ କଲ୍ୟାଣ, ତାଳ - ଆଡତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଗଜଗତେ ଏଜଗତେ ତୁ କାହାର ଚମ୍ପାଝରା ରେ (ପଦ)

ନୟନ ମୋର ଏ ଭୂଲୋକରେ, ମନ ନାଗ ନାକ ଦ୍ୱିଲୋକରେ,

ବୁଲୁଛି ଯେ, ଭୁଲୁଛି ଯେ, ନାହିଁ ନାହିଁ ତୋର ପରା ରେ (1)

କି ତପ କରିଛି କେତେ ଯୁଗ, ଜିତପଙ୍କଜ ତୋ ପଦଯୁଗ,

ସୁହାସି ରେ, ଯାହା ଶିରେ ଧରୁଅଛି ବସୁନ୍ଧରା ରେ (2)

ମୁଖ ସିତପଞ୍ଚଦଶୀପତି, ଲାବଣ୍ୟ ନିକୁରମ୍ଭର ଶ୍ରୁତି,

ଶେଷ କହି , ଶେଷ ନୋହି, ହୋଇଅଛି ତ ଅଧୁରା ରେ (3)

ସୁରଶିଖରିଗରବଚୋର, ଉରସିଜକୁମ୍ଭ ବାଳା ତୋର,

ନବତନୁ, ନବତନୁ ଲତା ଭାଜିଯିବ ପରା ରେ (4)

5)

ଏ ଶୋଭା ଦେଖିଛି ଯେଉଁ ଆଖି, ସେହି ସେହି ସିନା ତହିଁ ସାକ୍ଷୀ,

ଗିରେ କିସ କହି ଶେଷ ହେବ ମୋ ଦଃଖପାସୋରା ରେ (6)

ଅଷ୍ଟଦୁର୍ଗେନ୍ଦ୍ର ସେ କାଳେ ଭଜେ, ଶ୍ୟାମ ଗିରେସପ୍ରଣୟ ଲାଜେ,

ବସି ମଥା ପୋତି କଥା ନ କହିଲେ ବିମ୍ବାଧରା ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics