STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-69

ଚଉପଦୀ ଧର୍ମୀୟ-69

1 min
164

ଚଉପଦୀ

ଭାଗ (69)

ରାଗ - ମୁଖାବରୀ - ଆଡତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କେ ସରିକି ପ୍ରଭୁପଣେ ନୀଳାଦ୍ରି – କେଶରୀକି !

ଯାହାଠାରେ ଦୀନଦୟା ପୂରିଅଛି ନଖଠାରୁ ଶିଖା ସରିକି (ପଦ)

ଯା’ ପଦକଞ୍ଜ ଅଙ୍ଗୁଷ୍ଠ – ନଖ ଫିଙ୍ଗି ଦୁନ୍ଦୁଭି ଅସ୍ଥି ଶିଖରିକି

ବାଳୀ ବଳମୁଖେ କାଳି ଦେଇ ରାଜପଦ ଦେଲେ ମିତ୍ର ହରିକି (1)

ଚାପଳପ୍ରବଣ ନବ ଶ୍ରୀଚରଣ ପଦ୍ମ ଜିଣି ଯାର ତରୀକି

ରାକ୍ଷସ ଭବସମୁଦ୍ରରୁ ତାରିଲେ ଶଙ୍କଟ ସ୍ୱରୂପଧାରୀକି (2)

ଯାହାଙ୍କ ଉଦାର ବନ୍ଧନରୁ ଦର ଫିଙ୍ଗିଦେଇ ଦୟା ବାରିକି

ଯାମଳ ତରୁକୁ ଯାନରେ ବସାଇ ପେଷିଲେ ଦିବ୍ୟ ନଗରୀକି (3)

ଯାହାଙ୍କର ଛାତି ଛନ୍ନକରି କ୍ଷିତିସୁର ଅପରାଧ ଗିରିକି

ତାଙ୍କ ପଦଜାତ ଲାଞ୍ଛନକୁ ନେଲେ କଉସ୍ତୁଭମଣି ସରିକି (4)

କରି ପରିରମ୍ଭ ଯାହା ବାହାସ୍ତମ୍ଭ ସୁଦାମା ଦାରିଦ୍ର୍ୟ ଭାରୀକି

ନାଶି କନକେ ମଣ୍ଡିଦେଲେ ତାହାଙ୍କ ପରି ପଦ – ପରିଚାରୀକି (5)

ଜାଣିବାରୁ ଯାହା ଶ୍ରବଣ ଦ୍ରୁପଦ ଜେମା ବିପତ୍ତି ଲହରୀକି

ପୁଆଇଲେ ଦୁଃଶାସନ ବସନ ବିଦୂରୀକରଣେ ତାହାରିକି (6)

କେବଳ ସହାୟ ହୋଇନାହାନ୍ତି ସେ ପଣ୍ଡୁରାଜକୁଳ ନାରୀକି

ଜଗତ ଭରିଲେ ଯଶେ ଉଦ୍ଧରିଲେ ଅରି ଧରି ବରବରୀକି (7)

ନେତ୍ର ଯାହାଙ୍କର ଚଞ୍ଚଳ କପଟେ ପ୍ରସାରି କରୁଣା ଫରିକି

ଦବାଇଲେ ଉରୁ ଖଡଗେ ବ୍ରଜଭୀରୁଙ୍କର ଶମ୍ବରା ବଇରୀକି(8)

ବାରନାରୀ ବାଳତୁଲେ ଫୁଲମାଳ ଦେଲାକାଳେ ଦଣ୍ଡଧାରୀକି

ଶିଖା ଯାହାଙ୍କର ଶୁଣିଲେ କିଙ୍କର ମହା ବିପତ୍ତି ଗୁହାରିକି (9)

ଭୋଗ କରୁ କରୁ ଅଷ୍ଟଦୁର୍ଗ ପରା ସ୍ୱର୍ଗତୁଲ୍ୟ ଧରାଶିରିକି

ଚିତ୍ତେ ଶ୍ରୀ ବାଲୁକେଶ୍ୱର ଦେବଲୋକେ ସୁଖଦ ବୋଲି ଯା ଧରିକି (10)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics