STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-68

ଚଉପଦୀ ଧର୍ମୀୟ-68

1 min
283

ଚଉପଦୀ

ଭାଗ (68)

ବେହାଗ - ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କେତେ କହିବି ଜଞ୍ଜାଳି ରେ ମୁଁ ଅଳି ତୁ ତ କଞ୍ଜାଳି ରେ

ନ ବୋଲି ନିରସ, ଜନ୍ମା ମୋ ହରଷ, ମକରନ୍ଦରସ ଢାଳି ରେ(ପଦ)

ନଚାଅ ଭୂରୁ ଯୁଗଳ - ପଚାଅ ମୋ ପୂଣ୍ୟ ଫଳ

ସଞ୍ଚାଅ ଅମନ୍ଦ - ସୁଖ ବ୍ରହ୍ମାନନ୍ଦ ସରସ ନେତ୍ରାନ୍ତ ଚାଳି ରେ (1)

ଧାରା ଜବାଦନ୍ତ ବାସୀ - ବିରାଜ ମୋ କୋଳେ ଆସି

ଉରଜ ଶଙ୍କରେ, କସ୍ତୂରୀ ପଙ୍କରେ, ସମର୍ପିବି ପରା ଢାଳି ରେ(2)

ପାଞ୍ଚି ଚିତ୍ତେ ରତିଠାଣି - କାଞ୍ଚି ଚଞ୍ଚଳ କିଙ୍କିଣି

ବାଜି ବାଜି ଧୀରେ, ରାଜିବାକ୍ଷି ଧୀ ରେ, ଆଜି ମାନସ ଦେ’ ଝାଳି ରେ (3)

ରଚ ରେ ମତ୍ତ ସିନ୍ଧୁର - ଗତି ପ୍ରବନ୍ଧ ବନ୍ଧୁର

ହେବାର ସୁରତି, କରିବା ଭରତି, ମଦନ ବଦନ କାଳି ରେ (4)

ଶୁଣି ଏ ଶ୍ୟାମ ଭାରତୀ - ହସି ରସିଲେ ଶ୍ରୀମତୀ

ଭଣେ ଜଗଦ୍ଦେବ, ମନୋଭବ ଗର୍ବ, ଉଡାଇଲେ କରତାଳି ରେ (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics