STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-65

ଚଉପଦୀ ଧର୍ମୀୟ-65

1 min
289

ଚଉପଦୀ

ଭାଗ (65)

ରାଗ - କେଦାର ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କି ସମୟେ ଜରତୀ ଆସି କି ସୁଖେ ଦେଲା କରତି ରେ (1)

ମନୋରଥ ପଥ ସଞ୍ଚାରି ପଦାର୍ଥ ମିଳନ୍ତେ କରଲାଗକୁ ରେ

ଦୂରେ ଥାଉ ଜନ୍ମ ଯଉବନ ଦୁଇ ସଫଳ ହୋଇବା ଭୋଗରେ

ଉରେ ଜମାଇ ସମ୍ପାଦି ନ ପାରିଲି ତା ଶ୍ରୀଅଙ୍ଗ ଅଙ୍ଗରାଗରେ (2)

ଛନ ଛନ ହେଉଥିଲା କୋଳେ ନୀଳ ଘନକେଶା ବରବଧୂ ରେ

ମନପୂରା କରି ପିଉ ନ ଥିଲି ତା ବଧୂଲୀ ଅଧର ମଧୁ ରେ (3)

ରହିଲା ବେଳେ ମୋ ଭୁଜାନ୍ତେ ସେ ମହୀମହିଳା ଚମ୍ପାଚଉଁରୀରେ

ଖର ନଖର ଖେଳାଇ ତା କୁଚେ ମୋ କର ନଥିଲା ଠଉରି ରେ(4)

ନବାରମ୍ଭ କାମ କେଳି ଭଙ୍ଗୁ ଶ୍ୟାମସୁନ୍ଦର ବିବଶ ହେଲେ ରେ

ଜବାରୁଣ ତାଙ୍କ ଶ୍ରୀଚରଣ - କଞ୍ଜ ଭାବି ଜଗଦ୍ଦେବ ବୋଲେ ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics