STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ -62

ଚଉପଦୀ ଧର୍ମୀୟ -62

1 min
251

ଚଉପଦୀ

ଭାଗ (62)

ରାଗ – ଶଙ୍କରାଭରଣ - ଆଦିତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କି ରେ ବିପଞ୍ଚିବାଣୀ,

ବଞ୍ଚାଇଲୁ ମୋର ଦୋଷ ଜାଣି ରେ (0)

ସଞ୍ଚରିଲି କି ବିନା ନିର୍ଦ୍ଦେଶରେ,

ମଞ୍ଚରେ କାହାକୁ ଦେଖି               ଚଞ୍ଚଳ କଲିକି ଆଖି

ଅଞ୍ଚଳକୁ ରସିଲି କି ବିଦେଶରେ (1)

ଚଞ୍ଚରୀକ ପରି କି ମୁଁ ହେଲି ଲୋଳ,

ପଞ୍ଚମ ପଞ୍ଚମାର୍ଗଣାକ୍ଷୀରେ,           ଦୁର୍ଗୁଣ ନ ଦେଖି୍

ହୋଇଲୁ କି ଅବା ସୁଖେ ପ୍ରତିକୂଳ (2)

ମନମଥ ମଦଲାଗି ହୃଷ୍ଟ ମୋର,

କେତେବେଳେ ରଖେ ଜ୍ଞାନ           ଜ୍ଞାନ ନଥିବା ଦଶନ

ବସନେ କଲେ କି ରଦବ୍ରଣ ତୋର (3)

କୁଚ ଯୁଗଳ ତ କଲୁ ଗିରିଗରୁ,

ଏକା ନୁହେଁ ଆଲିଙ୍ଗନ        ଧରିବାରୁ ତ ବିଧାନ

ଲାଗିଥିବ ନଖ ମୂନ ଧରୁ ଧରୁ (4)

ନ ଜାଣେ ନଜିକେ ଥିଲା ସଖୀ ତୋର

ଖସାଇ ନିତମ୍ବବିମ୍ବ-          ଅମ୍ବର ରଚିଲି ଚୁମ୍ବ

ଏହିକି ରେ ଦୋଷ ବିମ୍ବଓଷ୍ଠୀ ମୋର (5)

ବ୍ରଜଜନ୍ଧୁ ଚାଟୁବାଣୀ ବିଳସିଲେ,

ବସି ହାରତୁଲେ ଅଙ୍ଗି-        କାର କଲେ ଗଉରାଙ୍ଗୀ

ଅଷ୍ଟଦୁର୍ଗ ପୁରନ୍ଦର ବୋଲେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics