ଚଉପଦୀ ଧର୍ମୀୟ-55
ଚଉପଦୀ ଧର୍ମୀୟ-55
ଚଉପଦୀ
ଭାଗ (55)
ରାଗ - ଖମ୍ବାଜ - ଏକତାଳି
(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)
କାହିଁରେ ମନ ନାହିଁଟି ହେ ମୋହନ,
ଚାହିଁବାବେଳୁ ଏ ପାଣି (0)
ଆଣିଲ କିପରି ତା ମନ - ସଫରି ନେତ୍ରାନ୍ତ ବଡୀଶେ ଟାଣି (1)
ସେହି କାଳଟାକି ସ୍ମର ପୀଡିଲା କି ରଖିଥିବା ଶର ଶାଣି (2)
ଆଜଯାଏ ରାଧା ନେତ୍ରପ୍ରୀତି ବାଧା ପାରି ନ ଥିଲାଟି ଜାଣି (3)
ମୁଁ କାହା ଆୟତ୍ତ ନୁହଇ ରେ ମିତ ବୋଲି ଯେ ହୁଏ ବଖାଣି (4)
ସ୍ୱମନୋରଥର ପୂରଣ ଏଥର କରିଦିଅ ରସ ଛାଣି (5)
ପ୍ରବଳିଲା ନନ୍ଦ ସୁତଙ୍କ ଆନନ୍ଦ ଶୁଣି ଲଳିତାଙ୍କ ବାଣୀ (6)
ଅଷ୍ଟଦୁର୍ଗ - ପତି ଦେଲେ ହରିସ୍ତୁତି-ଖଡଗେ ଦୁରିତ ହାଣି (7)
କବିସୂର୍ଯ୍ୟ ବଳଦେବ ରଥ
