STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-55

ଚଉପଦୀ ଧର୍ମୀୟ-55

1 min
153

ଚଉପଦୀ

ଭାଗ (55)

ରାଗ - ଖମ୍ବାଜ - ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କାହିଁରେ ମନ ନାହିଁଟି ହେ ମୋହନ,

ଚାହିଁବାବେଳୁ ଏ ପାଣି (0)

ଆଣିଲ କିପରି ତା ମନ - ସଫରି ନେତ୍ରାନ୍ତ ବଡୀଶେ ଟାଣି (1)

ସେହି କାଳଟାକି ସ୍ମର ପୀଡିଲା କି ରଖିଥିବା ଶର ଶାଣି (2)

ଆଜଯାଏ ରାଧା ନେତ୍ରପ୍ରୀତି ବାଧା ପାରି ନ ଥିଲାଟି ଜାଣି (3)

ମୁଁ କାହା ଆୟତ୍ତ ନୁହଇ ରେ ମିତ ବୋଲି ଯେ ହୁଏ ବଖାଣି (4)

ସ୍ୱମନୋରଥର ପୂରଣ ଏଥର କରିଦିଅ ରସ ଛାଣି (5)

ପ୍ରବଳିଲା ନନ୍ଦ ସୁତଙ୍କ ଆନନ୍ଦ ଶୁଣି ଲଳିତାଙ୍କ ବାଣୀ (6)

ଅଷ୍ଟଦୁର୍ଗ - ପତି ଦେଲେ ହରିସ୍ତୁତି-ଖଡଗେ ଦୁରିତ ହାଣି (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics