STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-5)

ଚଉପଦୀ(ଧର୍ମୀୟ-5)

1 min
104


(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଅନା ନା ଗୋ ଶ୍ୟାମ ଗୋରାକୁ

ରାଧେ ସକଳବାମା ଜାତି ହରାକୁ

ଯହିଁ ସେ କାମ ବିଜୟ ପତାକା ସମୟମୟ

ଗୁରୁ ଗୁରୁଜନ ଭୟ, ତହୁଁ ବିରହ ଉଦୟ

ତନୁ ତାତି ହେବ ବିଶାଳ

କାଳେ ଧରିବୁ ପାଣି କଞ୍ଜେ କପାଳ

ନେବୁ ନିଳୟ ତେଜି କୁଞ୍ଜେ ତୁ କାଳ

ହେବୁ କେବଳଟି କଳକଣ୍ଠ ନିନଦୁ ବିକଳ

କଳା ପ୍ରୀତି ଜାତି ତୁରନ୍ତ

କେବେ ନୁହଇ କୁନ୍ଦଦନ୍ତି ସେ ସ୍ୱନ୍ତ

ଘେନ ଭ୍ରମର ରୀତି ଯାହା ଦୃଷ୍ଟାନ୍ତ,

ତୋହଠାରେ ନୟାନାନ୍ତ ଥିଲେ, ଆନେ ଥିବ ସ୍ୱାନ୍ତ

ଦେଖିଅଛୁ ଯେ ବାଳକାଳେ

ଖେଳି ଦନୁଜ ଦାରା ଦାରୁଣ କୋଳେ,

ଚୁମ୍ବି ଗରଜ ବୋଳା ଉରଜ ହେଲେ

ପ୍ରାଣ ପକାଇଲା ପିଇ, ତାଠାରେ କି ମନଦେଇ

ଯା, କନିଷ୍ଠ କୋଟିରେ ରହି,

ତେଡେ ଶିଖରି ବର ଅଣ୍ଟିଲା ନାହିଁ

ଯେଡେ ପୃଥୁଳ ହେଲେ ରେ ଚାନ୍ଦମୁହିଁ

କେହି ସହିବ ତା ପଞ୍ଚ ଅଙ୍ଗୁଳି ଦାଉ ତୋ କୁଚ

ଜାନୁ ଯୁଗଳ ଚାଲି ବୟସେ

ଦେଖି ବିଷମ ଧୂର୍ତ୍ତ ରୀତି ବିଶେଷେ,

ଯହି ଯଶୋଦା ବାନ୍ଧିଲେ ରୋଷେ,

ସେ ଯାମଳତରୁଠାରୁ ଦୃଢତର କି ତୋ ଉରୁ

କୁଳ ଶୀଳ ଲାଜ ବଡାଇ

ଆଜି ନିବହ ସଙ୍ଗ ଅଙ୍ଗୁ କଢାଇ

ଦେବ ସହଜ ଦେହ ସ୍ନେହ ଛଡାଇ

ତହିଁରେ କି ମନୋରଥ କହେ ଜଳନ୍ତର ନାଥ

କବିସୂର୍ଯ୍ୟ ବଳଦେବ ରଥ



రచనకు రేటింగ్ ఇవ్వండి
లాగిన్

Similar oriya poem from Classics