STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-48)

ଚଉପଦୀ(ଧର୍ମୀୟ-48)

1 min
312

ଚଉପଦୀ

ଭାଗ (48)

ରାଗ - ତୋଡି ଜଙ୍ଗଲା, ଆଦିତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କା ମନେ ଥିଲା ବନ୍ଧୁ ଏ କଥା ଗୋ

କଳା ଅଙ୍ଗ ସଙ୍ଗ ହେବ ଅନ୍ୟଥା ଗୋ (ପଦ)

ସଜ୍ଜିତ ମୃଦୃଳ ସରସ ଭାଷା

ଶୁଣିବେ ମଥୁରାନଗରୀ ଯୋଷା ଗୋ (1)

ସ୍ୱପ୍ନ ହୋଇବ ଶିଖଣ୍ଡ ମଣ୍ଡନ

ନୋହିବ ନେତ୍ର କିପରି ଖଣ୍ଡନ ଗୋ (2)

କସ୍ତୂରୀ ନୀଳୋତ୍ପୋଳ ମିଶା ବାସ

ବ୍ରଜମଣ୍ଡଳେ ହେବ ଇତିହାସ ଗୋ (3)

ପଙ୍କଜବାସିନୀ ଦାସୀ ଯା ରସେ

ମଜ୍ଜିଯିବେ ବୋଲି କୁବଜିଟା ରସେ ଗୋ (4)

ସ୍ମର ଜ୍ୱରେଶେଷେ ଜୀବନ ଯିବ

ମଧୁରାଧର ଢୋକେ ନ ମିଳିବ ଗୋ (5)

ଭାଜି ହେଉଥିବା କାମ ଦହନେ

ରାଜୀବ ପଦ ନ ଲଦିବା ସ୍ତନେ ଗୋ (6)

କେ ଜାଣିଥିଲା ଏ ଦଣ୍ଡ ପହିଲେ

ଅଷ୍ଟଦୁର୍ଗ ଧରାଧୀଶ କହିଲେ ଗୋ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics