STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-40)

ଚଉପଦୀ(ଧର୍ମୀୟ-40)

1 min
285


(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କଲାଭଲା ଅଭିସାର; ଲାଘବ ଏକା ସାର ରେ

ସକପଟ ପଟୁ ଚାଟୁରେ କରଇ ସଦୃଶ ଉର ଭୂଷାରେ

ବଞ୍ଚାଇ ନାରୀକି ସାରି ଯା ଦିଅଇ ଏ ଗୁଣ ବଡ ଅସାର ରେ

ଦଣ୍ଡକ ରାତିରୁ ଜଗି ଜଗି ହେଲା, ମଣ୍ଡନ ମଣି ତୁଷାର

ପରମ ଡରେ କି କିଶୋରି ପଳାଏ ଚରମ ବେଳେ ନିଶାରେ

ବାସି ହୋଇ କୁନ୍ଦହାସୀ ବେଶ ଯେବେ ଉଦୟ ହେଲା ପୁଷାର

କି ଚିତ୍ର ବିଚିତ୍ର ବିଳାସନିଧିର ପ୍ରବଳିବାର ରୁଷାର ରେ

ଚାଲିବ ଦାଣ୍ଡରେ କାଲି ବରଯୋଷା କେହି ହୋଇଲାଟି ସାର

ସହିମାରୁ ଡରୁ ନ ଥାଏ ଯେ ତାର ମହିମାରୁ ଭରସାର ରେ

ଏତେ ଯତନେ ଯା ସେ ଟଭାସ୍ତନାର ଭେଟ ହେଲା ଅନୁସାର

ଏହି ଏକା ପରା ଫଳ ଶ୍ୟାମପଦ ତଳ ଶରଣପଶାର ରେ

ସଖିଙ୍କି କେ ଚନ୍ଦ୍ରମୁଖୀ କହିବାର ହରି ପ୍ରସଙ୍ଗ ପ୍ରସାର

କରିଛି ହରିଚନ୍ଦନ ଜଗଦ୍ଦେବ ମୁକୁଟ ତଟମସାର ରେ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics