STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-39)

ଚଉପଦୀ(ଧର୍ମୀୟ-39)

1 min
271


ରାଗ – ନଟ - ଝୁଲା

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କଳାକୁଶଳାରେ ସତେ କହିଲା କି ସଖି ?

ତୋ ବିନା ମୋ ସ୍ନେହ ଆନେ ଥିଲା ପରି ଦେଖି (ପଦ)

ନୂତନାମ୍ବୁଦମଣ୍ଡଳିକି କି ଚାତକାଣ୍ଡଳ ତେଜଇ,

ଭୂତଳେ ସରସୀଜଳେ ନିକି ତା ତୃଷା ଭାଜଇ l

ସ୍ୱର୍ଣ୍ଣଦୀକୃତଲୀଳ ହଂସ କି କୂପକେଳିକି ସାଜଇ,

ଏକର କି ଆନନାରୀ ଚିବୁକେ ବାଜଇ l (1)

ତୋ କୃପାତରୁ ମୋ ମଦୋନ୍ନତି ଶାଖି - ମୌଳି ନ ମାଇଲା,

କୌତୁକେ ରଚିବାର ପାଟବ ମୋ ପରା ଜନ ମାଇଲା l

 ମାନସେ ଅନୁମାନ ସେ ପରିହାସିନୀ ଜନ ମାଇଲା,

ପଙ୍କଜ ବାନ୍ଧବେ ତ କଳଙ୍କ ଜନମାଇଁଲା (2)

ତଥ୍ୟ ମାନି ଅତଥ୍ୟ ଭାଷି ତ ପୋତନା ମୁଖ ମାନରେ,

ବାହାକୁ ପ୍ରବଳାଇ ଦେ ପରିରମ୍ଭବୈଭବ ଦାନରେ l

ତୋଷ ମୋ ରସନାକୁ ତୋ ମଧୁରାଧ ମୃତ ପାନରେ,

ରସ ଧନ, ମଦନମର୍ଦ୍ଦନ ବିଧାନ ରେ (3)

ରସରଙ୍ଗୀନୀ ଆସ ସୁନ୍ଦରୀ ହାସକୁନ୍ଦ ବିକାଶରେ,

ବାସବାଶ୍ରୟ ବାସ ଭାଗ୍ୟ ବିଳାସ ଦେ ନ ବିନାଶରେ l

ଭାସମାନ ଜବାଧରା କି ନିରାଶରେ ନିଜ ଦାସରେ ,

ଅନ୍ତରାୟ ନ ରଚ ମୋ ସୁଖାଭିଳାଷରେ (4)

ଆଧିକାତର ନନ୍ଦନନ୍ଦନ ଚାରୁପାଟବ ବାଣୀରେ,

ରାଧିକା ସୁଗୁଣାଧିକା ସ୍ୱକୋପଳକୁ ନିଜ ପାଣିରେ l

ଛାଡିଲେ ରଖିବାର ମାନସମୋହନ ସ୍ମିତ ଠାଣିରେ,

ବନ୍ଦେ ଅଷ୍ଟଦୁର୍ଗନାଥ ଲୁଠି ଧରଣୀରେ (5)




Rate this content
Log in

Similar oriya poem from Classics