ଚଉପଦୀ(ଧର୍ମୀୟ-21)
ଚଉପଦୀ(ଧର୍ମୀୟ-21)
ଆଜି ମଦନ ସାଜିକି ନାଗର କର ରାଜି ରେ
ଲଘିଂଲ ଯା ଶଙ୍କା ଗୁରୁ ଭୟ ବନ - ରାଜିରେ
ରସ ସିନ୍ଧୁ ତଟରେ ସଞ୍ଚରୁ ମଁନ ବାଜି ରେ
ରସବତୀ ଚକ୍ରବର୍ତ୍ତୀ ଯଶକୁ ନିହାଜି ରେ,
ଭୁଲାଇ ମୂଲାଇ ଟାନ ଦେବି ସିନା ସାଜିରେ
ପରିକର ନାଶ ମଣିଚାର କରେ ମାଜି ରେ,
ଧରଣୀ ମଣ୍ଡନା ବେଶ ଦେବ ସୈନ୍ୟ ସାଜି ହେ
ଭାଷେ ଜଗଦ୍ଦେବ ଶ୍ୟାମବାଣୀ ଡକା ବାଜିରେ,
ହଜିଗଲା ରାଜୀବାର ଶଙ୍କା ଭାନିତାଜି ରେ
