STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ବିଚିତ୍ର ଦେଖିଲି ଆଜ

ଚଉପଦୀ - ବିଚିତ୍ର ଦେଖିଲି ଆଜ

1 min
13.8K


କବି -ଉପେନ୍ଦ୍ର ଭଞ୍ଜ

ଘୁଡୁକି


ବିଚିତ୍ର ଦେଖିଲି ଆଜ

ରେ ସଙ୍ଗାତ । ରେ ମିତଣୀ ।

ତ୍ରିଭଙ୍ଗିମା ଠାଣି

ତେରଛ ଚାହାଣୀ

ପୂର୍ଣ୍ଣଚନ୍ଦ୍ର ଜିଣି ମୁଖଟି । ଘୋଷା ।

ଅଗସ୍ତିଙ୍କ ତାତ ସଙ୍ଗତରେ ନେଲି

ରବିସୁତା ତଟେ ପ୍ରବେଶ ହୋଇଲି

ଏଗାରରେ ବନ ଆଣନ୍ତେ ସଦନ

ପଥରେ ଦେଖିଲି

ସେ ରସିକରାଜ, ସେ ନାଗରରାଜ । ୧ ।

ଦେଖିଲା ବେଳକୁ ତ୍ରିଭଙ୍ଗିମା ଛିଡ଼ା

ହରରିପୁ କଲା ଦ୍ୱିଗୁଣରେ ପୀଡ଼ା

ଚନ୍ଦ୍ରସୁତ ଥିଲା ତହୁଁ ହଜିଗଲା

ମୁଖୁଁ ନ ଆସିଲା ବିରାଟ ତନୁଜ । ୨ ।

ଶୈଳସୁତାପତିସୁତର ବାହନ

ପୁଚ୍ଛ ମସ୍ତକରେ ଦିଶେ ଶୋଭାବନ

ସତାଇଶି ପତି ସଙ୍ଗତେ ଥିବାରୁ

ଦୂରୁ ଦେଖି ସଖୀ ପାଇଲି ମୁଁ ଲାଜ । ୩ ।


Rate this content
Log in

Similar oriya poem from Classics