Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଭଲା ସାଜିଛି ମଦାଳସା

ଚଉପଦୀ - ଭଲା ସାଜିଛି ମଦାଳସା

1 min
6.6K


କବି - ବୀର

ରାଗ -ବେହାଗ ,ତାଳ - ଆଡ଼ ମେଖଟା


ଭଲା ସାଜିଛି ମଦାଳସା

ଖୋଷା ଗେଲେ ଗେଲେ ଲୋ

ମଣ୍ଡିଛି ତଥି ଚମ୍ପା ମାଳତୀ

କେତକୀ ଫୁଲେ ଗୋ । ପଦ ।

ଦେଖି ତା ଶ୍ରୀମୁଖ ଠାଣି

ବଶହେବେ ଶୂଳପାଣି

ଶିଶୁ ସେବିତା କି ଜାଣି

ସିନ୍ଦୂର ବିନ୍ଦୁ ତା ଭାଲେ ଲୋ । ୧ ।

ନୀରଜ କଢ଼ କି ବଢ଼ି

ଦିଶୁଛି ଉରଜ ଯୋଡ଼ି

ତଥିପରେ ପଡ଼ି ହୀରାହାର

କି ମଜାରେ ଝୁଲେ ଲୋ । ୨ ।

ଦିଶେ ଶୋଭା ବେନି ଉରୁ

କି ଓଲଟ ରମ୍ଭାତରୁ

କଟିକି ଦିଶେ ଡମ୍ବରୁ

ଦେଖି ଯତି ଧୃତି ଢଳେ ଲୋ । ୩ ।

ହଂସ ପରାୟେ ଗମନ

ଦିଶଇ ତା ଶୋଭାବନ

ମୋହିନେଲା ଜ୍ଞାନମନ

ବୀର ଏ ଗୀତରେ ଭଣେ । ୪ ।


Rate this content
Log in

Similar oriya poem from Classics