ଚଉପଦୀ - ଆଉ କି ଘନ କେଶୀକି
ଚଉପଦୀ - ଆଉ କି ଘନ କେଶୀକି
କବି - ଗୋପୀନାଥ
ରାଗ -ଦେଶାକ୍ଷ ତାଳ- ତ୍ରିପୁଟା ଓ ଝୁଲା
ଆଉ କି ଘନ କେଶୀକି
ଘନକାଳେ ପାଇବି । ଘୋଷା ।
ଘଡ଼ଘଡ଼ି ରଡ଼ି ଶୁଣି
ଚମକି ରମଣୀମଣି
ଶିବ ଶିବ ବୋଲି ଗୁଣି
କେତେ ଦୁଃଖ ସହିବି । ୧ ।
ହୋଇଲା ଦୁର୍ଦ୍ଦିନ ଦିନ
ବହଇ ଝଞ୍ଜା ପବନ
ଘନ ଘନ ଗରଜନ
କେମନ୍ତେ ମୁଁ ଜୀଇବି । ୨ ।
ଚଞ୍ଚଳା ଯାମୁକି ପରି
ଘନାଳୀ ନଳୀରେ ମାରି
କୁଳିଶ ଚାଳିକି ଭରି
କାମ ବୋଲେ ମାରିବି । ୩ ।
ଭେକ ଶାମୁକଙ୍କ ଧ୍ୱନି
ଶୁଣି ସେ ରମଣୀମଣି
ଆଳି ଅଙ୍କେ ଢଳିବନି
ବିଷ ଖାଇ ମରିବି । ୪ ।
ଜୀବ ଲବ ଥିବ କଣ୍ଠେ
ଭେଟିବି ସତେ ନିକଟେ
ଗୋପୀନାଥ ବୋଲେ ପଟ୍ଟେ
ଚିତ୍ର କରି କହିବି । ୫ ।
