STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଆରେ ମଦାଳସା

ଚଉପଦୀ - ଆରେ ମଦାଳସା

1 min
14K


କବି - ଉପେନ୍ଦ୍ର ଭଞ୍ଜ

ରାଗ -ଭାଟିଆରୀ ତାଳ- ଆଡତାଳି


ଆରେ ମଦାଳସା

ଶେଷ ହୋଇ ଯାଉଥିଲା ଚନ୍ଦ୍ରନିଶା ରେ । ଘୋଷା ।

ନବ ନିଧୁବନ କେଳି କାଳେ ।

ନବ ସଙ୍କେତ ମୁଁ କଲାବେଳେ ।

ମାଣିକ୍ୟର ବତୀ ଜାଳି ଚଉକତି

ନାନା ପୁଷ୍ପତଳେ ଖୋଷି ଖୋଷାରେ । ୧ ।

ଅଙ୍କେ ବସାଇଣ ତୋତେ ଧନ ।

ବୋଇଲି ମଣ୍ଡନା ତେଜ ମାନ ।

କଲି ସଙ୍ଗେ ପ୍ରୀତି ଆରେ ରସବତୀ

କ୍ଷୀର ନୀର ପ୍ରୀତି ଯେହ୍ନେ ମିଶାରେ । ୨ ।

ସେ ସମୟେ ମୋ ଜୀବନ ଧନ ।

ଘେନି ସର୍ବାଙ୍ଗେ ପୁଷ୍ପଚନ୍ଦନ ।

କର ଧରି ତୋତେ କୋଳକୁ ଆଣନ୍ତେ

ତୁ ପରା ବସିଲୁ ଆଡ଼ରୁଷାରେ । ୩ ।

କଥା ତୋ ମନୁ ପାଶୋରିଲୁ ।

ରୋଷ ବହି ମୋତେ ନ ଚାହିଁଲୁ ।

ହେବି କିଣା ଦାସ ଥିବି ତୋର ପାଶ

ବୋଲେ ଉପଇନ୍ଦ୍ର କରି ଆଶାରେ । ୪ ।


Rate this content
Log in

Similar oriya poem from Classics