ଚଉପଦୀ (98)
ଚଉପଦୀ (98)
ଚଉପଦୀ
(98)
ରାଗ – କେଦାର – ଆଦିତାଳ
ପ୍ରାଣନାଥ ବିଜେ ବେଳ ବଳିଲା ରେ (ଘୋଷା)
ସଖି, ହେଲା କି ପାପ ଦେଖ ଏ ଚନ୍ଦ୍ରାତପ –
ବନ୍ଧା କୁସୁମ ଥୋପ ଆସି ଲୁଳିଲା ରେ (1)
ତୁଟିଲାନି ମୋ ହୃଦ - ପୁଟେ ଥିଲା ପ୍ରମୋଦ
ମଥାପରୁ କୁମୁଦବନ୍ଧୁ ଟଳିଲା ରେ (2)
ଦେଲା ଆହା କି ଫଳ ଭଲ ତ ମୋ କପାଳ,
ଲଗାଇଲେ ରସାଳ ନିମ୍ବ ଫଳିଲା ରେ (3)
ମଣ୍ଡାଇଲି ନିବାସ, କିପାଁ ହେଲି ଏ ବେଶ,
ଆନେ ତେବେ ଜୀବେଶ ମନ ବଳିଲା ରେ (4)
ଛୋଟରାୟ ନୃପତି, ବିଜେ କଲେ ଏ ରାତି,
ଜାଣ ସବୁ ସମ୍ପତ୍ତି ମୋତେ ମିଳିଲା ରେ (5)
କବିସୂର୍ଯ୍ୟ ବଳଦେବ ରଥ
