STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (86)

ଚଉପଦୀ (86)

1 min
172

ଚଉପଦୀ

(86)

ରାଗ-ପୁରବୀ-ଝୁଲା

ନାହିଁ ରୁଷିଲା ରେ କମ୍ପାଇ ଶ୍ରୀମୁଖ-ଶଶୀ

ନବ ବିଦ୍ରୁମ ବିଡମ୍ବିତ ଅଟରେ ଦରହାସ ଥିଲା ମିଶି (ଘୋଷା)

ଚନ୍ଦ୍ର ଖଣ୍ଡ ଗଣ୍ଡେ ଚୁମ୍ବ ଦେଇ ଦିନେ ବୋଇଲି ରାମା ମଣିକି

ନବସପତ ବୟସୀ ମୋ ଶପଥ ନଚା ତୋ ନାସାମଣିକି (1)

ବିଜେରତି ଅନ୍ତେ ବସାଇ ପୁରତେ ରସାଇ ଚୁମ୍ବନମିଶା-

ଦନ୍ତକ୍ଷତ ଦତ୍ତ କରି ମୁଁ ଅଧରେ ଦିଅ ବୋଲି ମୋତେ ରସା (2)

ଦିନେ ପୁଷ୍ପଭେଦେ ରତିରସମୋଦେ ମାଗନ୍ତେ ମୁଁ ନିଧୁବନ

କେଶୁଁ କରବୀର କୁସୁମ ପକାଇ କ୍ଷତିକି କଲା ଲପନ (3)

ଦ୍ୱିରଦ ଦଶନ ପଲଙ୍କ ଉପରେ କରି ଯେ ଥିଲା ଶୟନ

ଫିଟାନ୍ତେ ନୀବିକି ଚାହିଁ ସ୍ୱାଭାବିକି ବୁଜି ନଳିନୀନୟନ (4)

ଅଷ୍ଟଦୁର୍ଗାଧିପ ବାଲୁକେଶ ନୃପ ଜଗଦ୍ଦେବ ରସେ ଭଣି

ଧନ, ତୁ ମନରେ ମାନ ନକରିବୁ ବୋଲି ଧରନ୍ତି ତା’ ପାଣି (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics