STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (82)

ଚଉପଦୀ (82)

1 min
351

ଚଉପଦୀ

(82)

ରାଗ କାମୋଦୀ ତ୍ରିପୁଟା

ନବୀନା ସେ ଯାହା ନବିନାଶେ .

ନକହି ହୃଦୟ                କେଉଁ ଅସହୃଦୟ

ଜନ ଜଣାଏ ଚିନ୍ତି ମୋ ଲାଘବ,

ରଖି ତା ଠାରେ ଦୁଃଖ, ପଲବାଏ ମୋ ସୁଖ (1)

ଗାଢେ ମୁଁ ଅପରାଧ,        କଲେ ହେଲେ ସକ୍ରୋଧ,

ହୃଦୟା ନୋହେ ସତେ ଦୟାଳୁ

ସେ ଦିନ କରେ ମୋହଠାରେ ଦ୍ୱିଗୁଣ ସ୍ନେହ (2)

ବ୍ରତ ନିୟମ ସାରା,          ଦିନରେ ଆସି ଧାରା

ସମ ଆଚରେ ହରୁଥାଏ କାଳ,

ନ ଦଣ୍ଡେ ମୋତେ ପ୍ରାଣେଶ୍ୱରୀ କୁସୁମ ବାଣେ (3)

ଅନବସର ଜାଣି,     ସେ ବୀଣାକିଣାବାଣୀ

ପାଶକୁ ନଯାଏ ମୁଁ ଯେଉଁଦିନ

କେତେ ସରସ ଭାଷା, ଲେଖି ପୁରେ ମୋ ଆଶା (4)

ଶିଷ୍ଟ ପର୍ବ ଭୂଷାର,    ଶିଷ୍ଟ ମୁଁ ଗୁଣସାର,

ଅଷ୍ଟଦୁର୍ଗ ରସାର ନାଥ ଭାବେ

ମୋହି ମୋହର ମତି, ସେହି ଜାଣେ ସେ ପ୍ରୀତି (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics