STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (72)

ଚଉପଦୀ (72)

1 min
361


ରାଗ ମୁଖାବରୀ ଏକତାଳି

ଚଉପଦୀ

ଦୟାବତୀକି, କରଧରି ମୁଁ ମାଗୁଛି ଏତିକି

ବେଗେନେଇ ତୋର ପାଖରେ ହାଜର

କର ମୋତେ ଆଜି ରାତିକି (ଘୋଷା)

ନଦେଖି ଦୁଃଖିତ ମୋ ନେତ୍ର ଚକୋର

ତୋ ଶ୍ରୀମୁଖ ନିଶାପତିକି

ପଞ୍ଚଦଶ ତିଥି ଏକାବେଳେ ଥିଲା

ହେବାକୁ କି ନିତି ନିତିକି (1)

ବିଚାରେ ହେମବରନାର ରତନେ

ନିର୍ମିତ ଥାଇ ମୂରତିକି

କୃପଣ ହେବାକୁ ମୁଁ ମାର୍ଗଣ ନୁହେଁ

ଦେଖାକୁ ନକର ଭୀତିକି (2)

ମୋ ଛାର ନିନ୍ଦାକୁ ବିଚାରକି ତୋର

ଜାଣିଲେ ଜନେ ଏ ରୀତିକି

କି ବୋଲିବେ କହ ଦାନୀବର ବୋଲି

ଟେକାଇ ଅଛୁ ଯେ ଛତିକି (3)

ହରିକୁ ଚନ୍ଦ୍ରମା ଧରିଲା ପରାୟେ

ବ୍ୟାକୁଳ କରିଛି ମତିକି

ଏହି ଘେନି ସିନା ଜଣାକରୁ ଅଛି

ଅଷ୍ଟଦୁର୍ଗ ନରପତି କି (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics